ସମବାୟ ସମିତିରେ ବିହନ ଅଭାବ: ମୁଣ୍ଡରେ ହାତ ଦେଲେଣି ଚାଷୀ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଖରିଫ ଋତୁ ଆରମ୍ଭ ହେବାକୁ ବସିଲାଣି, ହେଲେ ବିହନ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ୧୭ଟି ବିହନ କେନ୍ଦ୍ର ମଧ୍ୟରୁ ୮ଟି ସମବାୟ ସମିତି ଓ ୯ଟି ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର।୮ଟି ପ୍ରାଥମିକ କୃଷି ସମବାୟ ସମିତିରେ ଆଜି ପର୍ଯ୍ୟନ୍ତ ବିହନ ପହଞ୍ଚିନାହିଁ। ଫଳରେ ହଜାର ହଜାର ଚାଷୀ ନିରାଶ ହୋଇ ଫେରୁଛନ୍ତି। ୮ଟି ସମିତିରେ ଧାନ ବିହନ ପାଇଁ ଚାଷୀମାନେ ସକାଳୁ ଧାଡି ବାନ୍ଧୁଛନ୍ତି। କିନ୍ତୁ ସମିତି କର୍ମଚାରୀମାନେ “ବିହନ ଆସିନି” କହି ଫେରାଇ ଦେଉଛନ୍ତି। ସରକାରୀ ରିହାତି ଦରରେ ବିହନ ନମିଳିବାରୁ ଚାଷୀମାନେ ବାଧ୍ୟରେ ଘରୋଇ ଦୋକାନରୁ ଦୁଇଗୁଣା ଦାମରେ କିଣୁଛନ୍ତି। କିଛି ବିହନର ମାନ ଖରାପ ଥିବା ଅଭିଯୋଗ ମଧ୍ୟ ହେଉଛି।ଚାଷୀ ହରିହର ବେହେରା କହିଛନ୍ତି, “ଦିନେ ଦୁଇଦିନ ନୁହେଁ, ୧୫ ଦିନ ହେଲା ସମିତି ଦୌଡୁଛି। ଚାଷ ବେଳ ଗଲାଣି, ବିହନ ନାହିଁ। ଏମିତି ହେଲେ ଆମେ ଚାଷ କେମିତି କରିବୁ?”ଏ ନେଇ ବ୍ଲକ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କହିଛନ୍ତି, କୃଷି ବିଭାଗର ଅଧିକାରୀ ଙ୍କୁ କହିବୁ ସରକାରୀ ନିୟମ ଅନୁସାରେ ବିହନ ଦେବେ।“ଉପରୁ ବିହନ ଆସିନାହିଁ। ୨ ଦିନ ମଧ୍ୟରେ ପହଞ୍ଚିଯିବ।” କିନ୍ତୁ ଚାଷୀଙ୍କ କହିବା କଥା, ବର୍ଷା ଆରମ୍ଭ ହେଲାଣି। ବିହନ ଡେରିରେ ମିଳିଲେ ରୁଆ ପଛୁଆ ହେବ, ଅମଳ କମିବ। ବିଭାଗର ଅବହେଳା ଯୋଗୁଁ ଚାଷୀ ଅସନ୍ତୋଷ ବଢୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ