ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ମୋତି କଲ୍ୟାଣ ମଣ୍ଡପରେ ସଦସ୍ୟତା ଅଭିଯାନ ନେଇ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି, କୃଷକ ନେତା ଦେବ ପ୍ରଧାନ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଦଳ ମୂଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ପଂଚାୟତ ନିର୍ବାଚନ ଦୃଷ୍ଟିରେ ରଖି ଦଳ ତାର ନୂତନ ସଦସ୍ୟ ସଂଗ୍ରହ ନିମନ୍ତେ ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଦିନରେ ଶତାଧିକ ସଦସ୍ୟତା ଗ୍ରହଣ ହୋଇଥିବା ବେଳେ କିଛି ସଂଗଠନ ଯୁବ ନେତୃତ୍ୱ ମାନେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଏଥି ସହିତ କାକଟପୁର ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଯାହାକୁ ନେଇ ଦଳ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଅଘୋଷିତ ବିଦ୍ୟୁତ୍ କାଟ, ପ୍ରାଚୀ ନଦୀ ର ପୁନରୁଦ୍ଧାର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅପରାଧ ବୃଦ୍ଧି,,କାଠ ଚୋରି, ଇଲେଟ୍ରି ଚୋରୀ, ବେଆଇନ୍ କରତକଳ, କୋଣାର୍କ ନିକଟରେ ବନ ବିଭାଗ ତରଫରୁ କୃଷ୍ଣସାର ମୃଗର ପ୍ରଜନନ କେନ୍ଦ୍ର ଅଛି କିନ୍ତୁ ଗୋଟିଏ ବଂଶବୃଦ୍ଧି ବଦଳରେ ମୃତ୍ୟୁ ହେଉଛି।,କୋଣାର୍କ ର ପାରିପାର୍ଶ୍ବିକ ବିକାଶରେ ଅନିୟମିତତା, ବାଲି ଚୋରି ,ଶିକ୍ଷା, ସ୍ୱାସ୍ଥ୍ୟ,ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦେଉଳି ମଠ ଅବହେଳିତ, ନିଶା କାରବାର ବୃଦ୍ଧି ଆଦି ନେଇ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଦଳୀୟ ନେତା। ଆଗାମୀ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନରେ ଦଳ ସମସ୍ତ ପଦବୀ ପାଇଁ ନିର୍ବାଚନ ଲଢ଼ିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ସଂଗଠନ ଯୁବ ନେତା କୃଷ୍ଣ ନାୟକ, ବିଦ୍ୟାଧର ଭୋଇ, ସୁକାନ୍ତ କାଣ୍ଡି, ରାଜେଶ୍ ଜେନା, କାର୍ତ୍ତିକ ପୋଲେଇ ପ୍ରମୁଖ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ସୋନାଲି ରାଉତ ଓ ବିଶ୍ୱଜିତ୍ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ