ଆସନ୍ତା ମାସରେ ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କରତାରପୁର ଗୁରୁଦ୍ୱାର
କରତାରପୁର, (ୱାଇଏନ୍୍ଏସ୍): ପାକିସ୍ତାନର ଇମରାନ ଖାନ ସରକାର ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ମାସରେ ପାକିସ୍ତାନ କରୋନା ଭାଇରସ୍ ଟୀକାର ଦୁଇ ଡୋଜ୍ ନେଇଥିବା ଶ୍ରଦ୍ଧାଳୁଙ୍କୁ ଗୁରୁଦ୍ୱାର ଦରବାର ସାହିବ କରତାରପୁର ଆସିବା ପାଇଁ ଅନୁମତି ଦେବ ।କରତାରପୁର ଗୁରୁଦ୍ୱାର ଖୋଲିବାର ନିର୍ଣ୍ଣୟ ନ୍ୟାସନାଲ କମାଣ୍ଡ ଏବଂ ଅପରେସନ ସେଂଟର(ଏନ୍ସିଓସି) ଦ୍ୱାରା ଶନିବାର ଦିନ ନିଆଯାଇଛି, ୨୨ ସେପ୍ଟେମ୍ବର ଦିନ ଶିଖ୍ ପନ୍ଥର ସଂସ୍ଥାପକ ଗୁରୁ ନାନକ ଦେବଙ୍କ ପୁଣ୍ୟତିଥି ଅଟେ । ଡନ୍ ଖବରକାଗଜର ସୂଚନା ଅନୁସାରେ, ଏନ୍ସିଓସିର ବୈଠକରେ ନିଷ୍ପତି ନିଆଯାଇଛି ଯେ କୋଭିଡ-୧୯ ନିୟମକୁ ପାଳନ କରି, ଆସନ୍ତା ମାସରେ କରତାରପୁରରେ ଶିଖ୍ ଶ୍ରଦ୍ଧାଳୁଙ୍କୁ ଯିବାର ଅନୁମତି ଦିଆଯିବ । କରୋନା ଭାଇରସର ଡେଲ୍ଟାର କାରଣରୁ ଭାରତକୁ ୨୨ ମଇରୁ ୧୨ ଅଗଷ୍ଟ ମଧ୍ୟରେ ସି ଶ୍ରେଣୀରେ ରଖାଯାଇଥିଲା ଏବଂ ସେଠାକୁ ଆସୁଥିବା ଲୋକଙ୍କୁ ବିଶେଷ ମଞ୍ଜୁରୀର ଆବଶ୍ୟକତା ଥିଲା ।