ନୂତନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଯୋଗଦାନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ପ୍ରଣୟ କୁମାର ମିଶ୍ର ସୋମବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ବସ୍ ଆସୋସିଏସନ, ଟ୍ରକ ଆସୋସିଏସନ ପକ୍ଷରୁ ନୂତନ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ବିଦାୟୀ ଅଧିକାରୀ ନିଖିଲ କୁମାର ପଟ୍ଟନାୟକଙ୍କ ଠାରୁ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ସମସ୍ତ କର୍ମଚାରୀଙ୍କୁ ନୂତନ ଅଧିକାରୀଙ୍କ ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟାଳୟ ପରିସରକୁ ବିଭିନ୍ନ ପ୍ରକାର ଫୁଲଫଳ ଗଛ ଲଗାଇ ସୈାନ୍ଧର୍ଯ୍ୟମୟ ପରିବେଷ ସୃଷ୍ଟି କରିଥିଲେ ।


