ମିଳୁନି ଦ୍ୱିତୀୟ କିସ୍ତିର ଟଙ୍କା, ଆବାସ ଯୋଜନା ଘର କରି ବାର ଦୁଆର ହେଉଛନ୍ତି ହିତାଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବାବେଳେ ତାଙ୍କୁ ଦ୍ୱିତୀୟ କିସ୍ତିର ଟଙ୍କା ଦିଆଯାଉ ନାହିଁ । ସେ ବାରମ୍ବାର ପଞ୍ଚାୟତ ଓ ବ୍ଲକରେ ନିବେଦନ କରୁଥିଲେ ମଧ୍ୟ ଆଜି ଯିବ କାଲି ଯିବ କହି ସମୟ ଗଡାଇଚାଲିଛନ୍ତି ବିଭାଗୀୟ ଅଧିକାରୀ ମାନେ । ଅଭିଯୋଗରୁ ଜଣାଯାଇଛି ୨୦୧୯/୨୦ ଆର୍ଥକ ବର୍ଷରେ ଗ୍ରାମର ଖୁଲଣା ଯେନା, ସ୍ୱମୀ କାର୍ତ୍ତିକେଶ୍ୱର ଯେନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଯୋଗାଇ ଦିଆଯାଇଥିଲା । ଖୁଲଣା ପ୍ରଥମ କିସ୍ତି ବାବଦ ୨୦ହଜାର ପାଇବାପରେ ନିୟମାନୁଯାଇ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ଘରକାମ କଲେ । ପିଇଓ, ଜିଆରଏସ ଓ ଯନ୍ତ୍ରୀ ତାଙ୍କ ଘରକୁଯାଇ କାର୍ଯ୍ୟ ତଦାରଖ କରିବା ସହିତ ଫଟୋ ଉଠାଇ ଆଣିଲେ । କିନ୍ତୁ ଆଉ ଦ୍ୱିତୀୟ କିସ୍ତି ଟଙ୍କା ଦିଆଗଲାନି । ଏନେଇ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଲେ ଯେ ଆଉ ତାଙ୍କୁ କିସ୍ତି ଟଙ୍କା ମିଳିପାରୁନି । ଏ ସମ୍ପର୍କରେ ପଞ୍ଚାୟତର ପିଇଓ ଏବଂ ଜିଆରଏସଙ୍କୁ ପଚାରିବାରେ ତାଙ୍କର ଟେକନିକାଲ ପ୍ରୋବ୍ଲେମ ପାଇଁ ତାଙ୍କର ଜିଓ ଟେକ ହୋଇପାରୁନି । ଆମେ ଏନେଇ ବିଡିଓଙ୍କୁ ଜଣାଇବା ପରେ ସେ ମଧ୍ୟ ଡିଆରଡିଏକୁ ଜଣାଇଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ହେବାପରେ ଯାଇ ତାଙ୍କ ଅନୁଦାନ ଟଙ୍କା ତାଙ୍କ ଏକାଉଣ୍ଟକୁ ଯିବ ବୋଲି କହିଛନ୍ତି ।


