ନବବଧୂକୁ ହତ୍ୟା ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନୈକ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତର ହଳଦିଆ ଗ୍ରାମର ପ୍ରଭାତ ନନ୍ଦୀଙ୍କ ପତ୍ନୀ ମିତା କୁଣ୍ଡ ଏକ ଇଲକେଟ୍ରିକ ଆଇରନରେ ଡ୍ରେସ ଇସ୍ତ୍ରୀ କରୁଥିବା ସମୟରେ ପୋଡିଯାଇ ମୃତ୍ୟୁ ବରଣ କରିଥିବା ଶାଶୁଘର ଲୋକ କହିଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ମୈାସୁଧା ଗ୍ରାମର କୃଷ୍ଣଚନ୍ଦ୍ର କୁଣ୍ଡ ସଦର ଥାନାରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ଝିଅ ମିତା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ବିରବର ନ୍ଦୀଙ୍କ ପୁଅ ପ୍ରଭାତ ନନ୍ଦୀଙ୍କୁ ଚଳିତବର୍ଷ ମଇମାସ ୨ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ମିତାକୁ ଅଧିକ ଯୈାତୁକ ଦାବି କରି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ମିତାଙ୍କ ବାପା ଶାଶୁଘରେ ପହଞ୍ଚି ବୁଝାଶୁଝା କରିବା ପରେ ସବୁ ଠିକଠାକ ଚାଲିଥିଲା । କିନ୍ତୁ ଗତ ବୁଧବାର ରାତିରେ ହଠାତ ମିତାର ବାପାଙ୍କୁ ଶାଶୁଘର ପକ୍ଷରୁ ଫୋନ ଯୋଗେ ଖବର ଦିଆଗଲା ଯେ ଡ୍ରେସ ଆଇରନ କରୁଥିବା ବେଳେ ମିତା ପୋଡିହୋଇ ଯାଇଛି । ଖବର ପାଇ ମିତାଙ୍କ ବାପଘର ଲୋକେ ପହଞ୍ଚିଲା ପରେ ଦେଖିଲେ ମିତାର ଶରୀର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତାକୁ ଡାକ୍ତରଖାନାକୁ ନନେଇ ପକେଇ ରଖାଯିବା ଘଟଣା ଶାଶୁଘର ଲୋକଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । ଆଇରନ କରିବା ବେଳେ ଏଭଳି ପୋଡି ହେବା ସମ୍ଭବ ନୁହେଁ ବୋଲି ମିତାର ବାପା ଅଭିଯୋଗ କରିଛନ୍ତି । ମିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିତାର ଶାଶୁ,ଶଶୁର,ଦିାର,ସ୍ୱାମୀ ଓ ଦେଢସୁର ତାକୁ କିରୋସିନ ଢାଳି ପୋଡି ମାରିଦେଇଥିବା ବେଳେ ମିତାର ମୃତ୍ୟୁ ଘଟନାକୁ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ମିତାର ଶବକୁ ଜବତ କରି ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ କରାଇଥିବା ସୂଚନା ମିଳିଛି । ଶାଶୁଘର ଲୋକେ ଫେରାର ହୋଇଯାଇଥିବା ପୋଲିସ କହିଛି ।


