କପାଳେଶ୍ୱର ପଞ୍ଚାୟତରେ ଆଦର୍ଶ ପୋଖରୀ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କପାଳେଶ୍ୱର ଗ୍ରାମପଞ୍ଚାୟତର ଜଜାଙ୍ଗରେ ଦୁଇଟି ଆଦର୍ଶ ପୋଖରୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓ ଅକ୍ଲାନ୍ତ ପରିଶ୍ରମରେ ଅତ୍ୟାଧୁନିକ ଜ୍ଞାନକୈାଶଳରେ ନିର୍ମିତ ଏହି ପୋଖରୀକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଡିଓ ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲାପାଳ ପ୍ରସଂଶା ମଧ୍ୟ କରିଥିଲେ । ପୋଖରୀଟିର ଚର୍ତୁପାଶ୍ୱର୍କୁ ସୈାନ୍ଧର୍ଯ୍ୟକରଣ କରାଯିବା ସହିତ ରଙ୍ଗବେରଙ୍ଗର ବିଦ୍ୟୁତ ଆଲୋକରେ ଆଲୋକିକରଣ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର, ସରପଞ୍ଚ ଗାୟତ୍ରୀ ମହାନ୍ତିଙ୍କ ସମେତ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ