ମାଧିପୁର ଗାଁକୁ ପକ୍କାରାସ୍ତା ନଥିବାରୁ ଲୋକେ ହନ୍ତସନ୍ତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ବାହାରେଣା ପଂଚାୟତ ର ମାଧିପୁର ଗ୍ରାମ କୁ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ଯାତାୟାତ ରେ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି l କନ୍ତିଲୋ -ଜୋରକୂଳ ରାସ୍ତା ରୁ ମାଧିପୁର ଗାଁ କୁ ଯାଇଥିବା ପ୍ରାୟ ୨କିମି ରାସ୍ତା ଟି କଚl ହୋଇଥିବାରୁ ବର୍ଷାଦିନେ ରାସ୍ତା ଟି କାଦୁଅ ରେ ପୂର୍ଣ୍ଣ ହୋଇପଡେ l ଫଳରେ ଗ୍ରାମବାସୀ, ଛାତ୍ର ଛାତ୍ରୀ ମାନେ ଯିବାଆସିବା ରେ ହନ୍ତସନ୍ତ ହୋଇଥାନ୍ତି l ଏପରିକି ଗାଁ କୁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଯାଇପାରେନାହିଁ l ଏହି ରାସ୍ତା ଟିକୁ ପିଚୁ ଅଥବା କଂକ୍ରିଟ କରିବାକୁ ଗ୍ରାମବାସୀ ମାନେ ବାର ମ୍ବାର ପଂଚାୟତ ଠାରୁ ବ୍ଲକ କାର୍ଯ୍ୟା ଳୟ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ ମଧ୍ୟ କେହି ଏମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ରାସ୍ତାଟିକୁ ପକ୍କା କରିବାକୁ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ