ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମାଗଣା ମେଗା ଚକ୍ଷୁ ଚିକିତ୍ସା ଶିବିର
ଗଞ୍ଜାମ, (ବିନୋଦ କୁମାର ପଲେଇ):ଗଞ୍ଜାମ ସହର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ଥାନୀୟ ଗ୍ରାସୀମ କମ୍ପାନୀ ସହଯୋଗରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସା ଶିବିର ଦ୍ୱାରା ଶୁକ୍ରବାର ପରିଷଦର କାର୍ଯ୍ୟାଳୟ ଠାରେ ଏକ ମାଗଣା ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛିl ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଗ୍ରାସୀମ କମ୍ପାନୀ ୟୁନିଟ ହେଡ ବିଶ୍ୱଜିତ ପାଣ୍ଡେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ କମ୍ପାନୀର ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ।ଏଥିରେ ୧୦୩ ବାରିଷ୍ଟ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୩୨ ଜଣ ଚକ୍ଷୁ ରୋଗୀଙ୍କୁ ସମରଝୋଳ ଶଙ୍କରଚକ୍ଷୁ ଚିକିତ୍ସାଳୟ କୁ ନିଆଯାଇଛି।ପରେ ସେମାନଙ୍କୁ ପୁଣି ଚିକିତ୍ସାଳୟର ବସ ରେ ଚିକିଶ୍ଚା ନିମନ୍ତେ ନିଆଯିବ ବୋଲି ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। ଯେଉଁ ବ୍ୟକ୍ତି ଙ୍କ ଆଖିରେ ପରଳ ଧରିଛି ସେମାନଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିଆଯାଇ ଟେଷ୍ଟ କରାଯିବା ପରେ ମାଗଣା ଅପେରସନ କରାଯିବ l ଏଥିପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ମିଳିଛି l କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ସିନିଅର ଚକ୍ଷୁ ବିଷେଶଜ୍ଞ ଶୁଭମ ପାଣିଗ୍ରାହୀ, ବିଶେଷଜ୍ଞ ଆଶିଷ ସାହୁ, ବି ଏସ ସି ବିଶେଷଜ୍ଞ ମନୋନିତା,ଷ୍ଟାପ ସାକିଲି ପ୍ରମୁଖ ଉପସ୍ଥିତ ରହି ମହିଳା ଓ ପୁରୁଷ ବାରିଷ୍ଟ ନାଗରିକ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା,ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ ବୃନ୍ଦାବନ ପାଣିଗ୍ରାହୀ, ଝଡିଆ ଦଳାଇ, ଯୁଧିଷ୍ଠିର ନନ୍ଦ, କିଶୋର ମହାପାତ୍ର, ମୋଚିରାମ ପଲାଇ,କନ୍ଧ ବେହେରା,ବିପ୍ରଚାରଣ ମହାପାତ୍ର,ବ୍ରଜ ପାଣିଗ୍ରାହୀ,ବିନୋଦ ଚନ୍ଦ୍ର ମହାପାତ୍ର,ଦଣ୍ଡପାଣି ସାବତ,ଅରୁଣ କୁମାର ପଣ୍ଡା,ମଙ୍ଗରାଜ ପଣ୍ଡା ପ୍ରମୁଖ ବରିଷ୍ଠ ନାଗରିକ ମାନେ ପରିଚାଳନା ସହଯୋଗ କରିଥିଲେ l


