ହିଞ୍ଜିଳିର ବିକାଶ ପରଖିଲେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶନିବାର ୪ର୍ଥ ପର୍ଯ୍ୟାୟରେ ରାଜ୍ୟର ୨ ଜଣ ମନ୍ତ୍ରୀଙ୍କ ସମେତ ୧୮ ଜଣ ବିଧାୟକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳରେ ନିର୍ମିତ ହୋଇଥିବା ବହୁ ଉନ୍ନୟନ ପ୍ରକଳ୍ପକୁ ବୁଲି ଦେଖିବା ସହ ବିକାଶ ପରଖିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଞ୍ଜିଳିବାସୀ ବିଧାୟକ ଭାବେ ପାଇଁ ବେଶ ଗର୍ବିତ ବୋଲି କହିଛନ୍ତି ।ଗସ୍ତରେ ଆସିଥିବା ୧୮ ବିଧାୟକଙ୍କୁ ପ୍ରଥମେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରେ ଟୁରିଜମ ସ୍ପଟ ବୁଲି ଦେଖିଥିଲେ । ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ଯାନ ଯୋଗେ ସେଠାରୁ ପୁରୁଷୋତ୍ତମପୁର ବ୍ଳକ ସ୍ଥିତ ଶକ୍ତିପିଠ ତଥା ଅଧିଷ୍ଠାତ୍ରୀ ଦେବି ମା’ ତରାତାରିଣୀଙ୍କୁ ଦର୍ଶନ କରି ମାଁ’ଙ୍କ କୃପା ଲାଭ କରିଥିଲେ । ସେଠାରୁ ସିଧାସଳଖ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ପୌରାଞ୍ଚଳରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ବ୍ଳକ ବିଭିନ୍ନ ଗ୍ରାମ ଛକରେ ଯୋଡିଶଙ୍ଖର ତାଳେ ତାଳେ ଫୁଲ ଚନ୍ଦନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସଂପୃକ୍ତ ବିଧାୟକ, ବିଧାୟିକା ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ସ୍ଥାନୀୟ ପୈାରଞ୍ଚଳ ହିଞ୍ଜିଳି ଦେଉଳବନ୍ଦ ଆଧୁନିକକରଣ ଓ ନେତାଜୀ ପାର୍କ ବୁଲି ଦେଖିବା ସହ ନିର୍ମାଣଧିନ କାର୍ଯ୍ୟଶୈଳୀ ବୁଲି ଦେଖିଥିଲେ । ବିଜୁବାବୁଙ୍କ ପ୍ରତ୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୌରାଂଚଳ ୬ନଂ ୱାର୍ଡ଼ ସହରାଞ୍ଚଳ ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ପ୍ରଦାନ କରାଯାଇଥିବା ଗୃହ ଓ ଆଦର୍ଶ ସାହିରାସ୍ତାକୁ ବୁଲି ଦେଖିଥିଲେ । ସେଠାରୁ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ନିର୍ମିତ ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ କିଛି ସମୟ ପାଇଁ ବିଧାୟକ ମାନେ ବ୍ୟାଟମିଂଟନ ଖେଳ ଖେଳିଥିଲେ । ସେଠାରୁ ମୋ ପୋଷାକ ହବ ବୁଲି ଦେଖିବା ସହ ପୁରୁଣା ଲୁଗା ଓ ପୋଷାକକୁ କିଭଳି ଚମକାଇ ଗରିବ ଶ୍ରେଣୀର ଲୋକ ମାନେ ଏଭଳି ପୋଷାକ ନେଇ କିଭଳି ଉପକୃତ ହେଉଛନ୍ତି ତାହାର ତର୍ଜମା କରିଥିଲେ । ସେଠାରୁ ବସ ଟର୍ମିନାଲ ଓ ପରେ ଏମସିସି, ଏମଆରଏଫ କେନ୍ଦ୍ର ବୁଲି ଦେଖିବା ସହ ଆବର୍ଜନାକୁ କିଭଳି ରୁପାନ୍ତିକରଣ କରଣ କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯିବା ସହ ଅର୍ଥ ଉପାର୍ଜନ କରାଯାଉଛଇ ବୁଲି ଦେଖିଥିଲେ । ସେଠାରୁ ୧୦୦ ଶର୍ଯ୍ୟା ବିଷିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିବା ସହ ଚିକିତ୍ସା ସେବା ନେଇ ଚିକିତ୍ସାଳୟ ଵୁଲି ଦେଖୀଥିଲେ । ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ କରାଯାଉଛି କି ନାହିଁ ଏବଂ ସମସ୍ତ ପ୍ରକାରର ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି କି ନାହିଁ ସେ ନେଇ ଚିକିତ୍ସିତ କିଛି ରୋଗୀ ମାନଙ୍କ ସହ ବିଧାୟକ ଗଣ ପଚାରି ବୁଝିଥିଲେ । ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ପରେ ସେଠାରୁ ସ୍ଥାନୀୟ ବ୍ଳକ ପୋଚିଲିମା ପଞ୍ଚାୟତକୁ ଯାଇ ଆଦର୍ଶ ଗାଇ ଗହାଳ, ସାରୁ ପଞ୍ଚାୟତର ବିଜୁ ପଟ୍ଟନାୟକ ପାଠାଗାର, ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୋଠା, ଆଦର୍ଶ ଗାଇ ଗୁହାଳ ସେଠାରୁ ଶାସନ ଆମ୍ବଗାଁ ପଞ୍ଚାୟତକୁ ଯାଇ ଏମସିସ, ଏମଆରଏଫ କେନ୍ଦ୍ର, ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର, ଆଦର୍ଶ ପାଣି ଟାଙ୍କି, ଶିଶୁ ଉଦ୍ୟାନ, ମିଶନଶକ୍ତି କୋଠା ବୁଲି ଦେଖିଥିଲେ । ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ତଥା ବିଶମକଟକ ବିଧାୟକ ଜଗନ୍ନାଥ ସାରକା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, , ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, କଣ୍ଟାମାଳ ବିଧାୟକ ମହିଧର ରଣା, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଧର୍ମଗଡ ବିଧାୟକ ମୈସଧି ବାଗ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ବାଲିଗୁଡା ବିଧାୟକ ଚକ୍ରଧର କହଁର, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବୈଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ମ‌ହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରମୁଖ ୧୮ ଜଣ ବିଧାୟକଙ୍କୁୁ ୨ ଟି ଭାଗରେ ବିଭକ୍ତ କରାଯାଇ ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ । ବିଧାୟକଙ୍କ ଗ୍ରସ୍ତ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ନଗର ବିଜେଡ଼ି ସଭାପତି ଭୀମସେନ ବେହରା, ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ସମ୍ପାଦକ ପ୍ୟାରୀମୋହନ ପାଢି, , , ଶିବରାମ ଗଉଡ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ,ସରୋଜ ପଣ୍ଡା,ତପନ କୁମାର ସାହୁ, ତରୁଣ କୁମାର ପଣ୍ଡା, ଯୁଧିଷ୍ଟିର ସ୍ବାଇଁ, ମାନସ ରଞ୍ଜନ ବେହେରା, ପ୍ରଭାତ କୁମାର ମହାରଣା, ପୁର୍ଣ ଗୌଡ , ଦିଲ୍ଲିପ ବୈଠାରୁ, କାହ୍ନୁ ଚୈଧୁରୀ,ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ