ଛଟ୍ ପର୍ବ ପାଳନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):ସୂର୍ଯ୍ୟ ଉପାସନାର ପର୍ବ ଛଟ୍ ପର୍ବ ଅବସରରେ ଯୋଡା ଖଣି ଅଂଚଳର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପର୍ବ ସବୁ ବର୍ଷ ପରି କାର୍ତିକ ମାସରେ ପାଳନ କରାଯାଇଥାଏ । ଏହି ପର୍ବର ଇଷ୍ଟ ଦେବତା ଭାବେ ସୂର୍ଯ୍ୟଦେବତାଙ୍କୁ ପୂଜା କରାଯାଇଥାଏ । ଏହି ପୂଜାର ତିନି ଦିନ ପୂର୍ବରୁ ପ୍ରଥମ ଦିନରେ ଶ୍ରଦ୍ଧାଳୁ ମାନେ ସ୍ନାନ କରି ଏକ ଓଳି ସାତ୍ୱିକ ଖାଦ୍ୟ ଖାଇ ଉପବାସ ଆରମ୍ଭ କରିଥାନ୍ତି । ଦ୍ୱିତୀୟ ଓ ତୃତୀୟ ଦିନରେ ଉପବାସ ରଖିବା ପରେ ପୂଜା ଶେଷରେ ଉପବାସ ବ୍ରତ ଭଙ୍ଗ କରିଥାନ୍ତି । ଏହି ତିନିଦିନ ରେ ପ୍ରାତଃ ସୂର୍ଯ୍ୟଦୋୟ ସମୟରେ ଜଳରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ସେହିପରି ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ଜଳରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ଏହି ପୂଜାରେ ଆଖୁ, ପଇଡ, କଦଳୀ, ସେଓ ଆଦି ବିଭିନ୍ନ ପ୍ରକାରର ଫଳ ଭୋଗ ଲଗାଯାଇଥାଏ । ସ୍ୱତନ୍ତ୍ର ଭାବେ ଠେକୁଆ ମିଠା ଭୋଗ ଭାବେ ଏହି ପୂଜାରେ ଲାଗିଥାଏ । ଏହି ପର୍ବ ଯୋଡା ସହର ସମେତ , ଜୁରୁଡି, ବାମେବାରୀ ଅଂଚଳରେ ପାଳନ କରୁଥିବା ଦେଖିବାକୁ ମିଳିଛି । ନଦୀ କୂଳରେ ବିଭିନ୍ନ ତୋରଣ ଓ ଆଲୋକ ମାଳାରେ ସାଜସଜ୍ଜା କରି ଶ୍ରଦ୍ଧାଳୁମାନେ ଏହି ପର୍ବ ମହା ଆଡମ୍ବରରେ ପାଳନ କରିଥିବା ଜୁରୁଡି ଅଂଚଳର ଶିବ୍‌ନାରାୟଣ ପ୍ରସାଦ, ମଂଜିତ ଗୁପ୍ତା, ନନ୍ଦଲାଲ ଗୁପ୍ତା ଓ ଯୋଡା ଅଂଚଳର ଜିତୁ ଜୟଶ୍ୱାଲ, ମାନସ ଠାକୁର, ଚନ୍ଦନ ଗୁପ୍ତା, ପିନ୍ଟୁ ସିଂ ପ୍ରମୁଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ