ତପ୍ତପାଣି ଘାଟିରେ ଦୁଇଦୁଇଟି ଦୁର୍ଘଟଣା ଓଲଟିଲା ପେପର୍ ବୋଝଇ ଟ୍ରକ ,ବୋଲର ଧକ୍‌କ୍କାରେ ବୃଦ୍ଧ ଗୁରୁତର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ତପ୍ତପାଣି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା । ଏହାର କାରଣ କେହିମଧ୍ୟ ଖୋଜିପାଇପାରୁନାହାନ୍ତି । ୩୨୬ନମ୍ବର ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା ରପ୍ରଶସ୍ତି ସହ ବଙ୍କା ଟ୍ରାନିଂ ରେ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ଘଟିରୁ ଗାଡି ଓଲ୍ହାଇଲା ବେଳ ଅସାବଧାନତା ବେପରୁଆ ଯୋଗୁଁ ଦୃର୍ଘଟଣା ହେଉଥିବା ଅଭିଯୋଗ ହେଉଛି ଆଜି ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ପୋଲ୍ ନିକଟରେ ଏକ ପେପର୍ ବୋଝେଇ ଟ୍ରକ ର ବ୍ରେକ ଫେଲ ହୋଇଯିବାରୁ ଘାଟିରେ ଓଲଟି ପଡ଼ିଛି l ରବିବାର ଟ୍ରକ ଟି ରାୟଗଡା ପେପର୍ ମିଲ ରୁ ପେପର୍ ନେଇ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ତପ୍ତପାଣି ଘାଟି ଛେଦନଈ ପୋଲ ନିକଟରେ ବ୍ରେକ ଫେଲ ହୋଇଯାଇଥିଲା ଫଳରେ ସେଠାରେ ଟ୍ରକ ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା l ଡ୍ରାଇଭର ହେଲ୍ପର ଙ୍କୁ ଆଘାତ ହୋଇନଥିବା ଜଣାପଡିଛି। ଖବରପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି l ତପ୍ତପାଣି ଘାଟି ତଳକୁ ଲଷ୍ମୀନାରାୟନପୁର ରୋଡ ପଖାରେ ପରିବାର ସହ ଠିଆ ହୋଇଥିବା କେ ନୁଆଁ ଗାଁ ର ଭୀମ ମଣ୍ଡଳ (50 )ଙ୍କୁ ଏକ ବୋଲେର ମାଡିଯାଇଥିବା ଜଣାପଡିଛି। ବୋଲର ଟି ଦୃଘଟଣା ଘଟାଇ ଫେରାର ଯାହାଫଳରେ ଭୀମ ମଣ୍ଡଳଙ୍କ ଗୋଡ଼ ଭାଙ୍ଗିଯାଇଛି। ଘଟଣା ସ୍ଥଲରେ ପୁଡ଼ାମାରି ଫାଣ୍ଡି ଅଧିକାରୀ ପହଂଚି ତଦନ୍ତ କରିବା ସହ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡ ମେଡିକାଲ ପଠାଇଥିବା ଜଣାପଡିଛି। ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ