ଛତ୍ରପୁର ସଫେଇ କର୍ମଚାରୀ ସଂଘ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଏନଏସି ଡକ୍ଟର ଭିମ ରାଓ ଆମ୍ବେଦକର ସଫେଇ କର୍ମଚାରୀ ସଂଘ ର ଏକ ବୈଠକ ରବିବାର ଏଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂଘ ର ଉପଦେଷ୍ଟା ଭାବେ ସୂର୍ଯ୍ୟ ନାରାୟଣ ପାତ୍ର, ସଭାପତି ଭାବେ ଜି ଚନ୍ଦ୍ରଶେଖର ନାୟକ, ସାଧାରଣ ସମ୍ପାଦକ ଗୋପିନାଥ ନାୟକ, ଉପସଭାପତି ରିଙ୍କୁ ନାଥ ନାୟକ, ଯୁଗ୍ମ ସମ୍ପାଦକ ବାପୁଜୀ ନାୟକ, କୋଷାଧ୍ୟକ୍ଷ ସିଏଚ୍. ବିଦ୍ୟାଧର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସନ୍ତୋଷ ନାୟକ, ସୁରେନ୍ଦ୍ର ନାୟକ, ସନ୍ତୋଷ ନାୟକ, ବିଦ୍ୟାଧର ନାୟକ, ରାମ ନାୟକ, ବିନୋଦ ନାୟକ ଙ୍କୁ ନିର୍ବାଚିତ କରାଯାଇଥିଲା । ଜାତି କମିଟି ସଭାପତି ଲିଙ୍ଗରାଜ ନାୟକ ଅତିଥି ଭାବେ ଉପସ୍ଥିତ ଥିଲେ । ଏବେ ଛତ୍ରପୁର ଏନଏସି ର ୭୫ ଜଣ ସଫେଇ କର୍ମଚାରୀ କାର୍ଯ୍ୟ ପାଉଥିବା ସହ ଇପିଏଫ୍ ସେମାନଙ୍କ ର କଟୁଛି । ତେବେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଛତ୍ରପୁର ଏନଏସିର ପରିମଳ କାର୍ଯ୍ୟରେ ୮୫ ଜଣ ମହିଳା ଓ ପୁରୁଷ କର୍ମଚାରୀ ସାମିଲ ଅଛନ୍ତି । ସମସ୍ତେ ଆଗଭଳି କାମ ପାଇବା ଉପରେ ସଂଘ ଗୁରୁତ୍ୱାରୋପ କରିଛି । ନୂଆ ଟେର ଅନୁସାରେ ଏଣିକି ୭୨ ଜଣ ସଫେଇ କର୍ମଚାରୀ ଓ ୫ ଜଣ ଗାଡି ଡ୍ରାଇଭର କାମ କରିବେ । ତେବେ କେହି ଛୁଟିରେ ରହିଲେ ଅନ୍ୟମାନେ ଯେଭଳି କାମ ପାଇପାରିବେ ସେଉପରେ ସଂଘ ଗୁରୁତ୍ୱ ଦେଇଛି । ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସୃତ ଭାବେ ଆଲୋଚନା ହୋଇଥିଲା ।


