ବଜାରରେ ମିଳୁନାହିଁ ସାର, ଚିନ୍ତାରେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ବଜାରରେ ସାର ମିଳୁନଥିବା ଯୋଗୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଉଲ୍ଲେଖ ଯେ, ଉକ୍ତ ବ୍ଲକରେ ମୋଟ ୧୮ ହଜାର ୮ ଶହ ୬୫ ହେକ୍ଟର ଚାଷ ଜମି ଥିବା ବେଳେ ସେଥିମଧ୍ୟରୁ ୧୭ ହଜାର ୬୨ ହେକ୍ଟର ଚାଷ ଜମିରେ ଧାନ ଚାଷ ହେଉଛି । ଚଳିତ ଖରିଫ ଋତୁରେ ଚାଷୀ ମାନେ ଗତ ୧ ମାସ ପୂର୍ବରୁ ଧାନ ବେଉଣସ ଆରମ୍ଭ କରି ଗତ ୧ ସପ୍ତାହ ହେବ ଶେଷ କରିଛନ୍ତି । ଏପରିସ୍ଥିତିରେ ବଜାରରେ ଡି.ଏ.ପି, ୟୁରିଆ, ପଟାସ, ସୁପର ସାର ମିଳୁନଥିବାରୁ ଚାଷୀ ମାନେ ଜମିରେ ସାର ପକାଇ ପାରୁନାହାନ୍ତି । ଗତ କିଛି ଦିନ ପୂର୍ବେ ବିଭିନ୍ନ ସମବାୟ ସମିତି ଗୁଡିକୁ କେବଳ ୟୁରିଆ ସାର ଆସିଥିଲା । ଉକ୍ତ ୟୁରିଆ ସାରକୁ ବସ୍ତା ପିଛା ୨୭୦ ଟଙ୍କା ଲେଖାଏ ନେବା ସହିତ ଚାଷ ଜମି ଦେଖି କାହାକୁ ଗୋଟିଏ କାହାକୁ ୨ଟା ଲେଖାଏ ଦିଆଯାଇଥିଲା । ଏହା ପରଠାରୁ ଆଉ ସମିତିକୁ ସାର ଆସି ନାହିଁ । ଏପଟେ ବଜାରରେ କେବଳ ଗ୍ରୋମର ସାରକୁ ଛାଡି ଦେବା ପରେ ଅନ୍ୟ କିଛି ସାର ମିଳୁନଥିବାରୁ ସମସ୍ୟା ଦେଖାଯାଇଛି । ଦିନ ଗଢି ଯାଉଥିବାରୁ ଚାଷ ଜମିରେ ସାର ପ୍ରୟୋଗ କରିବା ନେଇ ଚାଷୀ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଏସମ୍ପର୍କର୍ରେ ସହକାରୀ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କୁ ପଚାରିବାରୁ ୪ରୁ ୫ ଦିନ ମଧ୍ୟରେ ସାର ପହଞ୍ôଚଯିବ ବୋଲି କହିଥିଲେ ।