ରାଜ୍ୟରେ ୬ଟି ସିଭିଲ ଜଜ କୋର୍ଟ ଉଦ୍ଘାଟିତ
ଭୁୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୁଧବାର ରାଜ୍ୟରେ କେତେକ ସିଭିଲ ଜଜ କୋର୍ଟ (ଜେଏଫ୍?ଏମ୍?ସି)ର ଉଦ୍ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକ ଯଥାକ୍ରମେ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ କାର୍ଯ୍ୟ କରିବ । ଏହି ଉଦ୍ଘାଟନୀ ଉତ୍ସବରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍. ପୂଜାହାରୀ, ଜଷ୍ଟିସ୍ କେ. ଆର. ମହାପାତ୍ର, ଜଷ୍ଟିସ ବି.ପି. ରାଉତରାୟ, ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏବଂ ସଂପୃକ୍ତ ଜିଲ୍ଲାର ପ୍ରଶାସନିକ ବିଚାରପତିମାନେ ଉପସ୍ଥିତ ଥିଲେ । ହାଇକୋର୍ଟର ଜଷ୍ଟିସ୍ ବି.ଆର ଷଡ଼ଙ୍ଗୀ, ଜଷ୍ଟିସ୍ ଏସ୍.କେ. ସାହୁ ଏବଂ ଜଷ୍ଟିସ୍ ସାବିତ୍ରୀ ରଥ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍ ଘାଟନ କାର୍ଯ୍ୟକ୍ରମରେ ମତାମତ ରଖିଥିଲେ ।


