ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ ନକଲେ ଓଡ଼ିଶା ଲୋକ ତାର ଜବାବ ଦେବେ

ଭୁବନେଶ୍ୱର, ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡ ତା ୨.୦୧.୨୦୨୧ ରେ ସଂଗଠିତ ହୋଇଥିଲା । ନୃତାଙ୍ଗ ଗ୍ରାମର କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଗଲା । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ କହିଥିଲେ ଏହି ହତ୍ୟାରେ ୧୪ଜଣଙ୍କ ନାମରେ ଏଫୟାର ଥିଲେ ମଧ୍ୟ ୧୩ ଜଣଙ୍କର ନାମ ଚାର୍ଜସିଟ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ଆରୋପୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପୋଲିସ ଚାର୍ଜସିଟ୍‌ରୁ କାଟିଦେଇଥିଲା । ଫଳରେ ଏଫୟାର ଦେଇଥିବା ରମାକାନ୍ତ ବରାଳ ଯିଏକି କୁଳମଣି ବରାଳଙ୍କ ପୁଅ ସେ ୧୬.୮.୨୦୨୧ ରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟେଟ ସାଲେପୁରଙ୍କ ଅଦାଲତରେ ଏକ ପ୍ରୋଟେଷ୍ଟ ପିଟିସନ ଦାୟର କଲେ । ଅଦାଲତ ୨୫.୮.୨୦୨୧ରିଖ ଦିନ ଆଦେଶ ପ୍ରଦାନ କଲେ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ ଦିଆଯାଇଥିବାରୁ ପୁନଃ ତଦନ୍ତ କରିବା ପାଇଁ ଭାରପ୍ରାପ୍ତ ଥାନା ଅଧିକାରୀ ମାହାଙ୍ଗା ଥାନାଙ୍କୁ ନିର୍ଦ୍ଦେଶ ଦେଲେ । ଉଲ୍ଲେଖ୍ୟ ଯୋଗ୍ୟକି ୨୮.୦୨.୨୦୧୪ରେ ବାସୁଦେବପୁର ଗ୍ରାମପଂଚାୟତର ଦୀପ୍ତିରଞ୍ଜନ ସାହୁଙ୍କ ମୃତ୍ୟୁ ଏବଂ ୧୩.୧୨.୨୦୧୮ ରେ ନୃତାଙ୍ଗ ଗ୍ରାମପଂଚାୟତର ବିକାଶ ଜେନାଙ୍କ ହତ୍ୟା ଘଟଣାରେ ମନ୍ତ୍ରୀଙ୍କର ସଂପୃକ୍ତି ତଥା ତାଙ୍କ ନିଜ ଲୋକମାନଙ୍କର ସଂପୃକ୍ତି ଅଛି ବୋଲି ଲୋକମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଛି । ମାତ୍ର ସେଭଳି ତଦନ୍ତ ହୋଇପାରି ନାହିଁ ।
ଜଣେ ଯଦି ମନ୍ତ୍ରୀ ରୁହେ ଏବଂ ସରକାରଙ୍କ ଅଂଶବିଶେଷ ହୁଏ ଆଇନ, ପଂଚାୟତ ରାଜ ଏବଂ ନଗର ଉନ୍ନୟନ ଭଳି ବିଭାଗର ସର୍ବେସର୍ବା ଥାଏ ତେବେ କିଭଳି ସରକାରଙ୍କର ଗୋଟେ ଅଧସ୍ଥନ ପୋଲିସ ମନ୍ତ୍ରୀଙ୍କୁ ଜେରା କରିବ । ଏଭଳି ସଂଗୀନ ଅପରାଧର ଆରୋପି ଯଦି ମନ୍ତ୍ରୀ ହୋଇଥାଏ ତାହାହେଲ ସ୍ୱଚ୍ଛତା ଏବଂ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେଇଦେବା କଥା । କିନ୍ତୁ ଇସ୍ତଫା ନଦେଇ ମନ୍ତ୍ରୀ ପ୍ରମାଣ କରିଛନ୍ତି ଯେ ସେ ଏ ହତ୍ୟାକାଣ୍ଡର ସଂପୃକ୍ତ ଅଛନ୍ତି । ଯଦି ଇସ୍ତଫା ଦେବେ ତାହାହେଲେ ତାଙ୍କ ଜୀବନ ଜେଲରେ କଟିପାରେ । ମୁଖ୍ୟମନ୍ତ୍ରୀ ଏ ଘଟଣାରେ କାହିଁକି ଚୁପ ବସିଛନ୍ତି ତାହା ମଧ୍ୟ ବୁଝାପଡ଼ୁନାହିଁ । ଏହା କ’ଣ ମୋ ସରକାର । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିଦେବା କଥା । ମାତ୍ର ତାହା କରିନାହାନ୍ତି । ମୁଖ୍ୟମନ୍ତ୍ରୀ ପଂଚମ ପାଳିରେ କ’ଣ ବହୁ ଦୁର୍ବଳ ହୋଇଯାଇଛନ୍ତି । ପୋଲିସ ମହା ନିର୍ଦ୍ଦେଶକ ଏ ଘଟଣାକୁ କାହିଁକି ଗୁରୁତ୍ୱର ସହ ନେଇନାହାନ୍ତି ଏବଂ କାହା ସ୍ୱାର୍ଥରେ । ଘରୋଇ ବିଭାଗ ସଚିବଙ୍କର କ’ଣ କିଛି ସାମ୍ବିଧାନିକ ଦାୟିତ୍ୱ ନାହିଁ । ଆଗରୁ ଯଦି କୌଣସି ମନ୍ତ୍ରୀ ଏବଂ ବିଧାୟକ କିଛି ଭୁଲ କରୁଥିଲେ ତେବେ ତତ୍‌କ୍ଷଣାତ ତାଙ୍କ ଉପରେ ନବୀନ ବାବୁଙ୍କ ସରକାର କାର୍ଯ୍ୟକ୍ରମ କରୁଥିଲେ । ବର୍ତମାନ ପ୍ରତାପ ବାବୁଙ୍କ କ୍ଷେତ୍ରରେ ସେ ଆଇନ ଓ ସମ୍ବିଧାନ ଠାରୁ ଉର୍ଦ୍ଧ୍ୱରେ ବୋଲି ବିଜେଡ଼ି ବିଚାର କରୁଛିକି, ସରକାର ବିଚାର କରୁଛିକି, ପ୍ରଶାସନ ବିଚାର କରୁଛିକି ଯଦି ଏହାଯଦି ହୁଏ ତେବେ ଓଡ଼ିଶାର ଜନସାଧାରଣ କେବେ ବି ଏ ସରକାରକୁ କ୍ଷମା ଦେବେ ନାହିଁ ବୋଲି ଡ. ପଟ୍ଟନାୟକ କହିଥିଲେ । ତେଣୁ ରାଜ୍ୟପାଳଙ୍କର ମଧ୍ୟ ଦାୟୀତ୍ୱ ଏବଂ କର୍ତବ୍ୟ ଯେତେବେଳେ ନିର୍ବାଚିତ ସରକାର ନିଜର ଗତିପଥ ଏବଂ ଦାୟିତ୍ୱ ନିର୍ବାହ ନକରେ ତେବେ ରାଜ୍ୟପାଳ ଚୁପ ନରହି ଏ କ୍ଷେତ୍ରରେ ସରକାର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବା ପାଇଁ ସୁପାରିଶ କରିବା କ’ଣ ଉଚିତ ନୁହେଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଦେବାଶିଷ ପଟ୍ଟନାୟକଙ୍କ ସହିତ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ