ଛତ୍ରପୁର ରେଳ ଷ୍ଟେସନ ନିକଟରୁ ୩୦ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ୍
ଛତ୍ରପୁର (ଦେବଦତ୍ତ ମହାରଣା ): ଛତ୍ରପୁର ରେଳ ଷ୍ଟେସନ ନିକଟରୁ ୩୦.୭୮୭ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ୍ କରିଛି ଛତ୍ରପୁର ଥାନା ପୋଲିସ୍ । ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୁତ୍ର ରୁ ଖବର ପାଇ ଛତ୍ରପୁର ଥାନାର ସବ୍ ଇନିସପେକ୍ଟର ସିଲୁ ଧଳଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଙ୍କ ଉପସ୍ଥିତିରେ ଏକ ଟିମ୍ ଚଢାଉ କରିଥିଲା । ଗିରଫ୍ ଅଭିଯୁକ୍ତ ଜଣକ ଛତ୍ରପୁର ଅଂଚଳର ଶିବରାମ ପଟ୍ଟନାୟକ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଏକ ସାଇକେଲ ଯୋଗେ ୨ ବ୍ୟାଗରେ ଗଞ୍ଜେଇ ନେଉଥିବା ବେଳେ ପୋଲିସ୍ ଶିବରାମକୁ କାବୁ କରିଥିଲା । ତାଙ୍କ ଠାରୁ ଏକ ସାଇକେଲ ଓ ୩୦.୭୮୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଛତ୍ରପୁର ଥାନାର ସବ ଇନିସପେକ୍ଟର ସିଲୁ ଧଳ ସୂଚନା ଦେଇଛନ୍ତି । ଏହି ଚଢାଉରେ ହାବିଲଦାର କାଳି ଚରଣ ନାୟକ, କନଷ୍ଟେବଲ ସନ୍ତୋଷ ରେଡ୍ଡି, ବିଭୁଦତ୍ତ ପ୍ରଧାନ , ଏଏମ୍ ଦୋରା ପ୍ରମୁଖ ସାମିଲ୍ ଥିଲେ । ଏନେଇ ଛତ୍ରପୁର ଥାନା ପକ୍ଷରୁ ୪୫୧/୨୦୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସତ୍ୟଜିତ୍ ବେଣିଆ ସୂଚନା ଦେଇଛନ୍ତି ।