ଚାରିଛକ ପ୍ରେସକ୍ଲବ ପକ୍ଷରୁ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ

ନିମାପଡା (ସନ୍ତୋଷ ଦାଶ )   ଗୁରୁଦିବସ ଅବସରରେ ପୁରୀ ଜିଲ୍ଲା ଚାରିଛକ ପ୍ରେସକ୍ଲବ ପକ୍ଷରୁ ଗୁରୁ ପୂଜନ ଓ ପ୍ରତିଭା ସଂମ୍ମାନ ଉତ୍ସବ ତୁଳସୀପୁର ଗ୍ରାମପଂଚାୟତ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ପ୍ରେସକ୍ଲବ ର ଉପଦେଷ୍ଟା ପୂର୍ବତନ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼ଃ. ସନ୍ତୋଷ ମିତ୍ର, ସଂମ୍ମାନିତ ଅତିଥି ଭାବେ ସରପଞ୍ଚ ଭଗବାନ ମିଶ୍ର, ପ୍ରଫେସର ଗୋପୀନାଥ କର, କୃଷକନେତା ସୋମନାଥ ପାତ୍ର, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ କରିଥିଲେ l ପ୍ରାରମ୍ଭ ରେ ସ୍ବର୍ଗତ କୃତୀ ଶିକ୍ଷକ ବିପିନ ସେନ ଙ୍କ ପାଇଁ 1ମିନିଟ ନିରବପ୍ରାର୍ଥନା କରାଯାଇଥିଲା l କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର କର ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ କେଦାରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିଥିମାନେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ସ୍ମୃତିଚାରଣ କରିବାସହିତ ଜୀଵନ ସାରା ନିଜ ଗୁରୁ (ଶିକ୍ଷକ ) ମାନଙ୍କୁ ସଂମ୍ମାନ ଜଣାଇବାକୁ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସର ରେ 3 ଜଣ ପୋଲିସ ଅଧିକାରୀ,15 ଜଣ ଅବସରପ୍ରାପ୍ତ କୃତୀ ଶିକ୍ଷକ ଶିକ୍ଷୟିତ୍ରୀ,14 ଜଣ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଉତ୍ତରୀୟ, ମାନପତ୍ର, ଫୁଲ ତୋଡ଼ା ଦେଇ ସଂମ୍ମାନିତ କରିଥିଲେ l ଶେଷରେ ସାମ୍ବାଦିକ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଚାରିଛକ ପ୍ରେସ କ୍ଲବ ର ଏହି ଗୁରୁପୂଜନ ଓ ପ୍ରତିଭା ସଂମ୍ମାନ କାର୍ଯ୍ୟକ୍ରମ କୁ ସବୁମହଲ ରେ ପ୍ରଶଂସା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ