ଚାରିଛକ -ଗୋପ ମୁଖ୍ୟରାସ୍ତାରେ ଖାଲ : ଘଟୁଛି ଦୁର୍ଘଟଣା

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ର ଚାରିଛକ – ଗୋପ ରାସ୍ତା ଟି ନଖରା -ବାଲିଘାଇ ମୁଖ୍ୟରାସ୍ତା ର ମଧ୍ୟବର୍ତ୍ତୀ ରାସ୍ତା ଅଟେ l ଏହି ରାସ୍ତା ଟିକୁ ରାଜ୍ୟସରକାର ଷ୍ଟେଟହାଇୱେ ଘୋଷଣା କରିଛନ୍ତି l ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ଯାନବାହାନ କଟକ, ଜଗତସିଂହପୁର, କାକଟପୁର, ଅସ୍ତରଙ୍ଗ, ନୟାହାଟ, ନିଆଳି, ଅଡ଼ ସପୁର, ନଖରା, ପୁରୀ, କୋଣାର୍କ, ଗୋପ ପ୍ରଭୁତି ସ୍ଥାନ କୁ ଯାତାୟାତ କରିଥାଏ l ଏହି ରାସ୍ତା ର ଚାରିଛକ ଅର୍ଣ୍ଣପୂର୍ଣ୍ଣl ବିଦ୍ୟାପୀଠ ଠାରେ ଏକ ଖାଲ ସୃଷ୍ଟି ହୋଇଛି l ବର୍ଷା ଫଳରେ ଉକ୍ତ ଖାଲ ରେ ପାଣି ଜମି ରହୁଛି l ଖାଲ ସମ୍ପର୍କ ରେ ଜଣାପଡ଼ୁନଥିବାରୁ ପ୍ରାୟ ସବୁଦିନ ଏଥିପାଇଁ ଦୁର୍ଘଟଣା ଘଟି ବହୁ ବ୍ୟକ୍ତି ଆହତ ହେଉଛନ୍ତି l ବେଳେବେଳେ ପ୍ରାଣହାନୀ ମଧ୍ୟ ଘଟୁଛି l ବଡ଼ଗାଡ଼ି ଚକା ରୁ କାଦୁଅ ପାଣି ଛିଟିକି ବାଇକ ଚାଳକ ଙ୍କୁ ପାଣି କାଦୁଅ ରେ ଭିଜାଇ ଦେଉଛି l କୋଣାର୍କ ର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, କାକଟପୁର ର ମଙ୍ଗଳା ମନ୍ଦିର, ଅସ୍ତରଙ୍ଗ ର ଜାହାନିଆ ପୀର ପୀଠ ପ୍ରଭୁତି ସ୍ଥାନ କୁ ନିୟମିତ ବହୁ ଯାତ୍ରୀ, ପର୍ଯ୍ୟଟକ ଯାତାୟାତ କରିଥାନ୍ତି l ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ରାସ୍ତା ଟିକୁ ମରାମତି କରିବାକୁ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଓ ସନାତନ ପାତ୍ର ପ୍ରମୁଖ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ