ଆଇନଜୀବୀ ଅଲେଖ ଦାସଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାଙ୍କ କର୍ମଚାରୀ ମହାସଂଘର ପୂର୍ବତନ ରାଜ୍ୟସ୍ତରୀୟ କର୍ମକର୍ତ୍ତା ତଥା ବରିଷ୍ଠ ଆଇନଜୀବୀ ଅଲେଖ ଦାସଙ୍କର ୭୬ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ମଧୁମେହ ଓ ସ୍ନାୟୁ ରୋଗରେ ପୀଡ଼ିତ ଥାଇ ଘରେ ଚିକିତ୍ସିତ ହେଇଥିଲେ । ସୋମବାର ଅପରାହଣରେ ହଠାତ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୭:୨୦ ବେଳେ ସେ ଇହଧାମ ପରିତ୍ୟାଗ କରିଛନ୍ତି । ପତ୍ନୀ ପୁଷ୍ପଲତା ମହାନ୍ତିଙ୍କ ସମେତ ବଡ଼ ପୁଅ ପାର୍ଥ ସାରଥ ଦାସ, ପୁତ୍ରବଧୂ ଓ ସମ୍ପର୍କୀୟମାନେ ତାଙ୍କ ନିକଟରେ ଉପସ୍ଥିତ ଥିଲେ । ରାଜ୍ୟ ବାହାରେ ରହୁଥିବା ତାଙ୍କର ସାନ ପୁଅ ପ୍ରିୟବ୍ରତ ଓ ବୋହୂ ଘରେ ପହଞ୍ôଚବା ପରେ ମଙ୍ଗଳବାର ଅପରାହ୍ନରେ ଏକ ଶୋକାକୁଳ ପରିବେଷରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ବନ୍ଧୁବାନ୍ଧବ, ସାଥୀ ସହୋଦର, ଜ୍ଞାତି କୁଟୁମ୍ବଙ୍କ ସମ୍ପର୍କୀୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଲଗାଣ ବର୍ଷା ସତ୍ତ୍ୱେ୍ୱ ସେଲ ଟ୍ୟାକ୍ସ କଲୋନିସ୍ଥିତ ବାସଭବନରେ ପହଞ୍ôଚ ଶେଷ ଦର୍ଶନ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଅଲେଖ ଦାସ ୧୯୪୮ ମସିହା ଫେବୃୟାରୀ ୨ତାରିଖରେ ଖଇରା ବ୍ଲକ ସହିଦନଗର ସଲମାଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ସେ ‘ବ୍ୟାଙ୍କ ଅ‘ ଇଣ୍ଡିଆ’ରେ କାର୍ଯ୍ୟାରମ୍ଭ କରିଥିଲେ । ଚାକିରି କାଳ ମଧ୍ୟରେ ସିପିଆଇଏମର ଜଣେ ସକ୍ରିୟ ସଦସ୍ୟ ଥାଇ ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ଭାବେ ବେଶ ସୁତାରୁ ରୂପେ ଦାୟିତ୍ୱ ତୁଲାଇଥିଲେ । ଅଶି ଦଶକର ଶେଷ ଭାଗରେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ପାଦ ଦେଇଥିଲେ ସେ । ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷ ପଦ ପାଇଁ ତପନ ଚକ୍ରବର୍ତ୍ତୀଙ୍କ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗଦାନ କରି ବାଲେଶ୍ୱରରେ ଅତିରିକ୍ତ ସରକାରୀ ଓକିଲ୍‌(ଏପିପି) ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ସଙ୍ଗଠନ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସ୍ଥାନୀୟ ଅଞ୍ଚଳ ଉନ୍ନତି ପାଇଁ ସେ କାର୍ଯ୍ୟ କରିଆସୁଥିଲେ । ବାଲେଶ୍ୱରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ସେ ଆକସନ କମିଟିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ । ଜଣେ ନିର୍ଭିକ, ସ୍ପଷ୍ଣବ ।ଦୀ, ପରୋପକାରୀ ତଥା ମେଳାପୀ ବ୍ୟକ୍ତି ଥିଲେ ସେ । ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ