ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ବର(ସରୋଜ ପଣ୍ଡା): ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶୁକ୍ରବାର ସକାଳ ୧୦ଟା ସମୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତଙ୍କ ଆୟୋଜକତାରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ମଧୁପୁରା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିପିନ ମାରାଣ୍ଡି, ବାଘାଯତୀନ ମଣ୍ଡଳ ସଭାପତି ଶ୍ରୀ ଉମାକାନ୍ତ ଜେନା ଓ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ ସଚିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଗତ କିଛି ଦିନ ଧରି ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଦେଖି ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହି ଶିବିରର ବିଶେଷ ଗୁରୁତ୍ୱ ରହିଥିଲା। ଶିବିରରେ ଲୋକମାନଙ୍କର ବିଭିନ୍ନ ପ୍ରକାର ଚିକିତ୍ସା ପରୀକ୍ଷା କରାଯାଇଥିବା ସହ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା। ବିଶେଷ କରି ଆୟୋଡିନ ଟାବଲେଟ୍ ବଣ୍ଟନ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରାଯାଇଥିଲା। ଏହି ପ୍ରୟାସ ଦ୍ୱାରା ବନ୍ୟା ପ୍ରଭାବିତ ଅଞ୍ଚଳର ଶତାଧିକ ଲୋକ ନିଜ ଗ୍ରାମରେ ନିଶୁଳ୍କ ଚିକିତ୍ସା ସୁବିଧା ପାଇ ଉପକୃତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଯୁବମୋର୍ଚ୍ଚାର ଏହି ସେବାମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଧର୍ମେନ୍ଦ୍ର ରାଉତ, ଅଫିସ ସମ୍ପାଦକ ହରିଶ ଚନ୍ଦ୍ର ଦାସ, ରାଜେଶ ରଣା, ଦିପୁନୁ ଦାସ, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସମାୟ ଟୁଡୁ, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,  ନିତୁନ କୁମାର ସାହା, ନରେନ୍ଦ୍ର ନାୟକ, ହରିଶ ଚନ୍ଦ୍ର ଜେନା, ସୁରେନ୍ଦ୍ର ନାୟକ, କାର୍ତ୍ତିକ ମାଲ, ସୁଦାମ ଚରଣ ଜେନା, ଶୁଭମ୍ ଜେନା, ବିଭୁ ପାତ୍ର ଓ ଅରୁଣ କୁମାର ଜେନା ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ