ଦେଶୁଆଁ ପୋଖରୀ ସ୍ମୃତିପୀଠରେ ସହିଦ ବାଘାଯତୀନଙ୍କ ବଳିଦାନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):କୋଭିଡ କଟକଣା ମଧ୍ୟରେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଉଗ୍ର ଜାତୀୟତାବାଦୀ ସଂଗ୍ରାମୀ ସହିଦ ବାଘାଯତୀନ ଓ ସାଥୀଙ୍କ ୧୦୬ତମ ବଳିଦାନ ଦିବସ ଚଷାଖଣ୍ଡସ୍ଥିତଦେଶୁଆଁ ସ୍ମୃତିପୀଠରେ ପାଳିତ ହୋଇଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସହିଦସ୍ମୃତି ଉତ୍ସବକୁ ଉଦଘାଟନ କରିଥିଲେ । ବାଘାଯତୀନ ଓ ସାଥୀଙ୍କ ଆତ୍ମବଳି ବାଲେଶ୍ୱର ସମେତ ସମଗ୍ର ଦେଶ ପାଇଁ ଗୌରବ ବୋଲି ସେ କହିଥିଲେ । ସହିଦ ବୀରଙ୍କ ରକ୍ତାକ୍ତ ସଂଘର୍ଷର କାହାଣୀ ଦେଶବାସୀଙ୍କୁ ସର୍ବଦା ଅନୁପ୍ରାଣୀତ କରୁଥିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ସର୍ବେଶ୍ୱର ମହାନ୍ତି, ଉପ-ସଭାପତି ମନୋଜ କୁମାର ନାୟକ, ଅର୍ଚ୍ଚନା ନନ୍ଦୀ, ସ୍ନେହଲତା ଦାସ, ସହ-ସମ୍ପାଦିକା ଜୟନ୍ତୀ ପଣ୍ଡା, ଅଜିତ କୁମାର ବରାଳ, ସୁଦର୍ଶନ ଭୂୟାଁ, ଅନୀତା ଭୂୟାଁ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ଦୟନୀୟ ଅବସ୍ଥାରେ ଥିବା ବାଘାଯତୀନ ସ୍ମୃତିପୀଠ ରାସ୍ତାର ନବୀକରଣ ପାଇଁ କମିଟି ପକ୍ଷରୁ ଏହି ଅବସରରେ ଅତିରିକ୍ତ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ସାମାଜିକ ଦୂରତା ରକ୍ଷା କରୁଥବା ଦେଖିବାକୁ ମିଳିଥିଲା ।