ଓଡ଼ିଶା ହାଇକୋର୍ଟରେ ଇ-ସେବା କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଆଡ୍‌ଭୋକେଟ୍‌ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍‌ ଡକଫର ଡି. ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍‌ ଡକଫର ଏସ୍‌. ମୁରଲୀଧର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଇ-ସେବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଉଦ୍‌ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ର ଓକିଲମାନଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍‌/ଓଡ଼ିଶା ହାଇକୋର୍ଟ ରେକର୍ଡରୁମ୍‌ ଡିଜିଟାଇଜେସନ୍‌ କେନ୍ଦ୍ର/ଓଡ଼ିଶା ହାଇକୋର୍ଟରେ ପେପରଲେସ୍‌ ବେଞ୍ଚ ପ୍ରତିଷ୍ଠା/ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟକ୍ରମକୁ କରାଯିବା ପାଇଁ ଓଡ଼ିଶା ଜୁଡ଼ିସିଆଲ୍‌ ଏକାଡେମୀ, କଟକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କଟକ ଜିଲ୍ଲା ବାର୍‌ ଆସୋସିଏସନ୍‌ର ଓକିଲମାନଙ୍କର ଜିଲ୍ଲା କୋର୍ଟର ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଅନ୍ୟାନ୍ୟ ଇ-ସେବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ