ପାରିବାରିକ କଳହର କରୁଣ ପରିଣତି ସ୍ୱାମୀ ଓ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା, ଗୋଟିଏ ଜୁଇରେ ଜଳିଲା ସ୍ୱାମୀ ଓ ସ୍ତ୍ରୀର ଚିତା
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ପୋଡାମାରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ସ୍ୱାମୀ ଓ ସ୍ତ୍ରୀ ଙ୍କମଧ୍ୟ୍ୟ ରେପାରିବାରିକ କଳହ କୁ କେନ୍ଦ୍ର କରି ମଧ୍ୟ ରାତ୍ର ରେ ଭଞ୍ଜ ସାହି ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସନ୍ତୋଷ ଙ୍କ ଘରେ ମୃତୁ ହୋଇଥିବା ବେଳେ ସ୍ତ୍ରୀ ନୟନି ଙ୍କର ଦିଗପହଣ୍ଡି ମେଡ଼ିକାଲ ରେ ମୃତୁ ଘୋଷଣା କରିଥିଲେ ଡାକ୍ତର l କେଉଁ କାରଣକୁ ନେଇ କଳହ ଯୋଗୁଁ ଏତେ ବଡ଼ ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି l ସ୍ୱାମୀ, ସ୍ତ୍ରୀ ଦୁହେଁ ସକାଳୁ ଘର କବାଟ ନ ଖୋଲିବାରୁ ପଡୋଶୀ ଲୋକ ସରପଞ୍ଚ ଙ୍କ ପ୍ରତିନିଧି ସନ୍ତୋଷ ବିଷୋୟୀ ଙ୍କୁ ଖବର ଦେଇଥିଲେ l କବାଟ ଖୋଲିବା ପରେ ଗୁରୁତର ଥିବା ନୟନୀ କୁ ଦିଗପହଣ୍ଡି ମେଡିକାଲ କୁ ପଠାଇବା ବ୍ୟବସ୍ଥା କରିଥିଲେ ସ୍ଵାମୀର ଘରେ ହିଁ ମୃତ୍ୟୁ ହୋଇଥିଲା ନୟନି ଙ୍କୁ ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଏହି ସମ୍ପର୍କ ରେ ଥାନାକୁ ଖବର ଜଣାଇବା ପରେ ପୋଲିସ ଆଇ ଆଇ ସି ସବ୍ୟସାଚୀ ମଲ୍ଲ ପହଂଚି ତଦନ୍ତ କରି ଅପମୁର୍ତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ରହ୍ମପୁର କୁ ବ୍ୟବଛେଦ ପାଇଁ ପଠାଇଥିଲେ..ଘରୁ ଏକ ବିଷ ବୋତଲ କୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି l ଏହି ପରି ଘଟଣା କୁ ନେଇ ଭଞ୍ଜ ସାହି ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ବ୍ୟବଛେଦ ପରେ ଶବ ଗାଁ କୁ ପହଂଚିବା ପରେ ଦୁହିଁ ଙ୍କୁ ଗୋଟିଏ ଜୁଇରେ ଦାହ କରାଯାଇଥିଲା..ଦେଖିବାକୁମିଳିଛି.l