ରାଜ୍ୟ ମୁଖ୍ୟ ଶାସନ ସଚିବ’ଙ୍କ ଗଜପତି ଜିଲ୍ଲା ଗ୍ରସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଶୁରେଶ ଚନ୍ଦ୍ର ମହାପାତ୍ର , ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶିଖରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ସଂରକ୍ଷିତ ଜୈବ-ବିବିଧତା’ର ବିକାଶ କିଭଳି ହେବ , ସେ ଅଞ୍ଚଳ’ର ଇକୋ-ଟୁରିଜିମ ଓ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ, ସେ ଉପରେ ଅନୁଧ୍ୟାନ କରିଥିଲେ । ଏଥିସହିତ ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳୀ’ର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ରହିଥିବା ମୁଖ୍ୟ ଗୁରୁତ୍ୱ ବହନ କରୁଥିବା ତୁମ୍ବା-ବ୍ରହ୍ମପୁର ରାସ୍ତା’ର ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନତି କରାଯିବ , ଯାହାକି ସେହି ରାସ୍ତା ଦେଇ ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳୀ’କୁ ସେହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ସହଜେ ଯାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କ ରୋଜଗାର ପନ୍ଥା ମଧ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାର ଛେଳିଗଡ଼ ମେଗା ଜଳସେଚନ ପ୍ରକଳ୍ପ’ର ଅଞ୍ଚଳ ଗ୍ରସ୍ତ କରିଥିଲେ । ସେଠାରେ ସେ ପରିସ୍ଥିତି ଅନୁଧ୍ୟାନ କରି ପ୍ରକଳ୍ପ’ର ଟନଲ ନିର୍ମାଣ କାର୍ଯ୍ୟ ପାଇଁ ଇତି ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଇଛି । ସେଥିପାଇଁ ଆବଶ୍ୟକ ପଡୁଥିବା ଜଙ୍ଗଲ ବି ହାଗ’ରେ କ୍ଲିଅରେନ୍ସ ଅନୁମୋଦନ ହୋଇସାରିଛି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ତାହା କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାର ୫ ଶହ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲା ୬ ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇପାରିବ ବୋଲି କହିଥିଲେ । ସେହିଭଳି ଗଜପତି ଜିଲ୍ଲା’ରେ ଅନେକ ପର୍ଯ୍ୟଟନ ବିଭବ ସମ୍ଭବ ଗୁଡିକ ରହିଛି । ତାର ସ୍ଥିତି ଓ ଭିତ୍ତିଭୂମି ସବୁ ଭଲ ରହିଥିବା ଯୋଗୁଁ ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ ବିକାଶ କରାଯିବ ଏବଂ ମହେନ୍ଦ୍ରଗିରି’କୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ବିଶେଷ ସୁବିଧା ପାଇଁ ସମସ୍ତ ପ୍ରକାର’ର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ମୌଳିକ ବ୍ୟବସ୍ଥା’ର ଖୁବ ଶୀଘ୍ର ବିକାଶ କରାଯିବ ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର’ଙ୍କ ଏହି ଗ୍ରସ୍ତ ବେଳେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା’ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଗ୍ରସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ