ଯୁବକଙ୍କୁ ଆକ୍ରମଣ ଅଭିଯୋଗ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଭାଟଣା ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ସୁବାଶ ସେଠୀ ଗତ ଶୁକ୍ରବାର ରାତିରେ ଦୋକାନା ବନ୍ଦ କରି ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଆକାଶ ନାୟକ ନିଜ ଇଣ୍ଡିଗୋ କାରକୁ ରାସ୍ତା ଉପରେ ରଖିଥିବାବେଳେ ମୋଟରସାଇକେଲଟି ଯିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଏଥିରେ ସୁବାଶ ଆକାଶକୁ ରାସ୍ତାରୁ ଇଣ୍ଡିଗୋ ଗାଡିକୁ ସାଇଟ କରିବାକୁ କହିଥିଲେ । ଏହାପରେ ଆକାଶ ଉତକ୍ଷିପ୍ତ ହୋଇ ସୁବାଶକୁ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ ଦେବା ସହ ନିଜ ସହଯୋଗୀ ମାନଙ୍କ ଜରିଆରେ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ସୁବାଶ ଏକ ପୋଖରୀକୁ ଡେଇଁ ସେଠାରୁ ଖସି ପଳାଇଆସିଥିଲା । ଆଜି ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।