ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ପ୍ରତିଷ୍ଠା ଉତ୍ସବ ପାଳିଲା ମୋବାଇଲ ବିକ୍ରେତା ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା): ‘ବାଲେଶ୍ୱର ମୋବାଇଲ ବିକ୍ରେତା ସଂଘ’ର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ଶନିବାର ପାଳିତ ହୋଇଯାଇଛି । ସର୍ବଭାରତୀୟ ମୋବାଇଲ ବିକ୍ରେତା ମହାସଂଘର ପରାମର୍ଶ କ୍ରମେ ଜିଲା ଶାଖାର କର୍ମକର୍ତ୍ତାମାନେ ସହରର ବଣିଆପଟିସ୍ଥିତ ‘ପ୍ରୟାସ ଦିବ୍ୟାଙ୍ଗ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ କେକ କାଟି ଉତ୍ସବ ପାଳନ କରିଥିଲେ । ଏଥି ସହିତ ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କୁ ସୁଖିଲା ପୃଷ୍ଟିକର ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ । ସମାଜରେ ଅବହେଳିତ ହୋଇ ପଡ଼ିଥିବା ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିବା, ସେମାନେ ସମସ୍ତଙ୍କ ଇଚ୍ଛାଶକ୍ତି ବୃଦ୍ଧି କରିବାରେ ସଂଘର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ପରେ ସଂଘର କର୍ମକର୍ତ୍ତାମାନେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ରାଜେଶ କର୍ଣ୍ଣାନୀ, ସୁରେଶ କୁମାର ଉପାଧ୍ୟାୟ, ପ୍ରୀୟଙ୍କା କୋଟେଜା, ଅୟେନ ସେନ, ଚନ୍ଦ୍ରଶେଖର ଗିରି, ବିନାୟକ ମହାକୁଡ଼, ପୁନୀତ ଠାକ୍କର, ସଞ୍ଜୀବ ପାଣିଗ୍ରାହୀ, କମଳେଶ ଦେ ପ୍ରମୁଖ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।