ପିଲାଙ୍କ ପାଇଁ ଆସିବ ଛୁଞ୍ଚିହୀନ ଟିକା ଜାଇକୋଭ୍-ଡି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଅଭିଯାନକୁ ଜୋରସୋରରେ ଚଳାଇଛନ୍ତି । ଆସନ୍ତା ଅକ୍ଟୋବର ମାସରେ ଆସିପାରେ ଜାଇଡସ୍ କାଡିଲାର ନିଡିଲ ଫ୍ରି ଭ୍ୟାକ୍ସିନ୍ ଜାଇକୋଭ୍-ଡି । ଅକ୍ଟୋବର ମାସରେ ଏହି ଟିକା ବଜାର ପ୍ରବେଶ କରିବାର ସମ୍ଭାବନା ରହିଛି । ମାସକୁ ପ୍ରାୟ ୧ କୋଟି ଡୋଜ୍ ଯୋଗାଇଦେବା ଲାଗି କଂପାନି ଲକ୍ଷ୍ୟ ରଖିଛି । ପୂର୍ବରୁ ଗତ ଅଗଷ୍ଟ ୨୦ ତାରିଖରେ ଭାରତରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇସାରିଛି ଡିସିଜିଆ । ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା । ଏହି ଟିକାର ରହିଛି ତିନିଟି ଡୋଜ୍ । ଲକ୍ଷଣ ଥିବା କରୋନା ରୋଗ କ୍ଷେତ୍ରରେ ଏହା ୬୬.୬ ପ୍ରତିଶତ ଫଳପ୍ରଦ ଏବଂ ମଧ୍ୟମ ଧରଣର ରୋଗ କ୍ଷେତ୍ରରେ ଏହା ୧୦୦ ପ୍ରତିଶତ ଫଳପ୍ରଦ ବୋଲି ଜାଇଡସ୍ କାଡିଲା ପକ୍ଷରୁ ଦାବି କରାଯାଇଛି । ଜାଇକୋଭ୍-ଡି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଏବଂ ଏହା ଛୁଞ୍ଚିହୀନ ଟିକା । ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଟିକାକୁ ବିକଶିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ