ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରିଡାଙ୍କୁ ଡ଼ିଜିପି ପୁରସ୍କାର

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସଆଇ ଅଜିତ କୁମାର ପରିଡାଙ୍କୁ ଡ଼ିଜିପି ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଞ୍ଜାମ ଏସପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଏସଆଇ ପରିଡାଙ୍କୁ ଗୁରୁତ୍ୱ ପୂର୍ଣ୍ଣ ମକଦ୍ଦମା ଗୁଡ଼ିକର ସଠିକ ତଦନ୍ତ କରି ଚାରସିଟ ଦାଖଲ କରିଥିବା ଏବଂ ଉତ୍ତମ ପୋଲିସ ସେବା , କର୍ତ୍ତବ୍ୟ ନିଷ୍ଟ, ଦକ୍ଷ ଏବଂ ଉତ୍ତମ ଆଚରଣ ପାଇଁ ଡ଼ିଜିପି ପୁରସ୍କାର, ଗଂଜାମ ଏସପି ବ୍ରିଜେଶ କୁମାର ରାୟ ପୋଲିସ ମହାନିର୍ଦ୍ଦେଶଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ମାନପତ୍ର ପ୍ରଦାନ କରିଥିଲେ। ଏସଆଇ ପରିଡାଙ୍କୁ ଏହି ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ