୧୧ ଜୁଆଡି ଗିରଫ, ୮ ମୋବାଇଲ ଓ ୬୩ ହଜାର ୫ ଶହ ଟଙ୍କା ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ଅନ୍ୟତମ ବିଶିଷ୍ଟ ପର୍ବ ଦଶହରା ଦୁର୍ଗାପୂଜା ଓ କୁମାର ଉତ୍ସବ ପାଖରେ ଆସୁଛି । ଏହି ସମୟରେ ପରମ୍ପରା ନାମରେ ଚାଲୁଛି ଜୁଆଖେଳର ଆସର । କୁମାର ଉତ୍ସବ ଆହୁରି ୧ ମାସରୁ ଉର୍ଦ୍ଧ୍ବ ସମୟ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଚାଛପାରେ ଜୁଆଡି ମାନେ ଜୁଆ ଖେଳର ଆସର ଜଣାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ବଇଞ୍ଚବଣିଆ ଗାୟତ୍ରୀ ନଗରରେ ଚାଲିଥିଲା ଜୁଆ ଖେଳର ଆସର । କୈଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ଅର୍ତକିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋବାଇଲ ଫୋନ ସମେତ ୬୩ ହଜାର ୫ ଶହ ଟଙ୍କା ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୪୭୬/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


