ବାଘ ଆତଙ୍କ !

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌); ଜଗନ୍ନାଥପ୍ରସାଦ ବନଖଣ୍ଡ ବେଲଗୁଣ୍ଠା ସେକ୍ସନ ଅଂଚଳର ବିଡିପୁର ନିକଟସ୍ଥ ତେନ୍ତୁଳିଆ ଗ୍ରାମରେ ବାଘ ଆତଙ୍କ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି । ରବିବାର ରାତିରେ ତେନ୍ତୁଳିଆ ଗ୍ରାମର ସନ୍ନ୍ୟାସୀ ଗୈାଡ ଛେଳି ଗୁହାଳରେ ରଖିଥିବା ବେଳେ ହଠାତ୍ ରାତିରେ ୩ ଛେଳିର କ୍ଷତବିକ୍ଷତ ଅବସ୍ଥାରେ ମୃତ ଦେହ ପଡିରହିଥିବା ବେଳେ ୪ ଛେଳିର ବର୍ତ୍ତମାନ ନିଖୋଜ ରହିଛନ୍ତି । କ୍ଷତାକ୍ତ ଛେଳି ଗୁଡିକ ର ଆହାତ ଅଂଶକୁ ଦେଖି ବାଘ ଆକ୍ରମଣ କରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ