ରାଜ୍ୟରେ ଲଗାଣ ବର୍ଷାରେ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି 

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ଲଗାତାର ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା କାରଣରୁ ରାଜ୍ୟର ୧୩୯ଟି ବ୍ଲକର ୪୯୬୪ ଗାଁ ତଥା ୩୩ଟି ପୌରାଂଚଳର ୨୩,୮୨,୭୯୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫୪୦ ଘର ଭାଙ୍ଗିଛି ତଥା ୨୦୫୫୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛିା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ୬ ଜଣଙ୍କର ଜୀବନ ଯାଇଥିବା ନେଇ ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ଏଥି ମଧ୍ୟରୁ ଘର କାନ୍ଥ ଭୁଷୁଡିବା କାରଣରୁ କେନ୍ଦ୍ରାପଡାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଧା ଜିଲ୍ଲାରେ ଜଣେ ବୁଡି ମୃତ୍ୟୁବରଣ କରିଥ୍‌ିବା ସୂଚନା ମିଳିଛି । ଗଂଜାମ ଜିଲ୍ଲାରେ ଜଣଙ୍କର କାନ୍ଥ ପଡି ଯିବାରୁ ମୃତ୍ୟୁ ହୋଇଛି । ସୁବର୍ଣପୁର ଜିଲ୍ଲାରେ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଶାସନ ପକ୍ଷରୁ ଏ ନେଇ ସବିଶେଷ ଜାଂଚ କରା ଯାଉଥିବା ସୂଚନା ଦିଆ ଯାଇଛି ।ଇାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ୫ଟି ଓଡ୍ରାଫ ଟିମ ଓ ୨ଟି ଏନଡିଆରଏଫ ଟିମ ମୁତୟନ କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ