ପୋଲିସକୁ ବଡ଼ ସଫଳତା : ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଗିରଫ

ବୁଗୁଡ଼ା, (ଓ୍ବାଇଏନଏସ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ  ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ପୋଲିସ। ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବାଲିପଦର ଫାଣ୍ଡି ଓଆଇସି କେ ନୀଳାଦ୍ରି ରେଡ୍ଡିଙ୍କ ନେତତ୍ବରେ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ୪୯ ଲୋକନାଥ ନାୟକ, ଏଚ୍.ଜି. ଉତ୍ତମ କୁମାର ସ୍ୱାଇଁ, ଏଚ୍.ଜି. ଚନ୍ଦନ ନାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ପୋଲିସ ଟିମ୍  ଆନ୍ତଃଜିଲ୍ଲା ଏରାଗୋଲା ଚୋରି ଗ୍ୟାଙ୍ଗକୁ ଚିହ୍ନଟ କରି ୩ ଜଣ ଅଭିଯୁକ୍ତଙ୍କୁ ୨୧/୯/୨୬ ତାରିଖ ଦିନ ଗିରଫ କରିବାରେ ସଫଳ ହୋଇଥିଲେ। ସେମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ୧. ସ୍ବର୍ଗତ ରାଜୁ ପାତ୍ରଙ୍କ ପୁଅ ଚିରଞ୍ଜିବୀ ପାତ୍ର (୨୨), ଓ ୨. ସ୍ବର୍ଗତ ରାମଚନ୍ଦ୍ର ବେହେରାଙ୍କ ପୁଅ ଅଜିତ କୁମାର ବେହେରା (୩୦), ଏବଂ ୩. ନିମପଦର ଗ୍ରାମର ସ୍ବର୍ଗତ କୃଷ୍ଣ ପାତ୍ରଙ୍କ ପୁଅ ସୁରେନ୍ଦ୍ର ପାତ୍ର (୩୫)। ତଦନ୍ତ ସମୟରେ, ସେମାନଙ୍କ ନିକଟରୁ ୫୨୨ ଗ୍ରାମ ରୂପା ଅଳଙ୍କାର, ନଗଦ ୫୫୬୫ ଟଙ୍କା , ଗୋଟିଏ  ହେଡଲାଇଟ୍, ତିନୋଟି  ଟର୍ଚ୍ଚ ଲାଇଟ୍, ପାଞ୍ଚଟି ମୋବାଇଲ୍ ଫୋନ୍ ଓ ଘର ଭାଙ୍ଗିବା ପାଇଁ ଉପକରଣ ଜବତ କରାଯାଇଛି। ବୁଗୁଡ଼ା ପୋଲିସ ଷ୍ଟେସନର କେସ୍ ନମ୍ବର- ୪୭୫/୨୬ ଧାରା ୩୦୫, ୩୩୧(୪), ୧୨୩ BNS ପ୍ରକାରେ ଏକ ମାମଲା ରୁଜୁ ହୋଇ ୨୨/୯/୨୬ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି।  ଏହି ଚୋରି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଚୋରି ଗ୍ୟାଙ୍ଗର ଅନେକଙ୍କ ନାମରେ ନୟାଗଡ଼ ଜିଲ୍ଲାରେ କୋଡ଼ିଏରୁ ଅଧିକ କେସ ଥିବା ବେଳେ ଗଞ୍ଜାମ ଜିଲ୍ଲାର ତାରସିଂ ଓ ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ମଧ୍ୟ କେସ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ପୋଚାଲୁଣ୍ଡିର ଚିରଞ୍ଜିବୀ ପାତ୍ର ଜଣେ ଅଭିଜ୍ଞ ଚୋର ଏବଂ ପୂର୍ବରୁ ଅନେକ ଚୋରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି।  ଅନ୍ୟାନ୍ୟ ଚୋରି ମାମଲାରେ ଗ୍ୟାଙ୍ଗର ସମ୍ପୃକ୍ତି ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ