ସାମ୍ବାଦିକଙ୍କ ପରିବାରକୁ କୋଭିଡ ସହାୟତା ପ୍ରଦାନ

ଭୁବନେଶ୍ଵର, (ଓ୍ବାଇଏନ୍ଏସ୍):କୋଭିଡ ସମୟରେ ମୃତ୍ୟୁ ବରଣ କରିଥିବା ଭୁବନେଶ୍ଵରର ୪ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । କରୋନା ବିରୁଦ୍ଧ ଲଢେଇରେ କାର୍ଯ୍ୟରତ ବେଳେ କୋଭିଡ ଯୋଦ୍ଧା ଭାବେ ପ୍ରାଣବଳି ଦେଇଥିବା ଏହି ସ।ମ୍ବାଦିକମାନେ ହେଲେ ଇଂରାଜୀ ଦୈନିକ ପତ୍ରିକା “ଟାଇମ୍ସ ଅଫ ଇଣ୍ଡିଆର” ପ୍ରୀତିମାନ ମହାପାତ୍ର, ଭୁବନେଶ୍ଵର ଓ ବାଲେଶ୍ଵରରୁ ପ୍ରକାଶ ପାଉଥିବା ଓଡ଼ିଆ ଦୈନିକ ଖବରକାଗଜ “ଆଜିକାଲି” ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ (ଫ୍ରିଲାନ୍ସ) ସାମ୍ବାଦିକ ବସନ୍ତ ଦାସ ଓ “ଜି ଓଡ଼ିଶା” ଟିଭି ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ଆଜି ବ୍ୟାଙ୍କ ଜରିଆରେ ହିତାଧିକାରୀଙ୍କୁ ଏହି ସହାୟତା ରାଶି ସ୍ଥାନ।ନ୍ତର କରାଯାଇଛି । ଆଜି ପ୍ରୀତିମାନ ମହାପାତ୍ରଙ୍କ ପତ୍ନୀ ସସ୍ମିତା ସାହୁ ଓ ବିଜୟଲକ୍ଷ୍ମୀଙ୍କ ପୁତ୍ର ନିର୍ମାଲ୍ୟ ମହାନ୍ତି ଏହି ସହାୟତା ରାଶି ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ । ଅନ୍ୟ ଦୁଇଜଣ ହିତାଧିକାରୀ ଆସିପାରିନଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରାଯାଇଛି । ଏହି ସହାୟତା ରାଶି ଗ୍ରହଣ ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଖୋର୍ଦ୍ଧା ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ , ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ