ବୈତରଣୀ ବନ୍ୟା ହ୍ରାସ ; ତଥାପି ତଳିଆ ଅଞ୍ଚଳ ଚାଷଜମି ନଷ୍ଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଏବେ ବନ୍ୟାଜଳ ହ୍ରାସ ପାଇଥିଲେ ସୁଦ୍ଧା ତଳିଆ ଅଞ୍ଚଳ ଚାଷଜମି କିନ୍ତୁ ଜଳମଗ୍ନ ରହିଛି । ଲଗାତର ବର୍ଷା କାରଣରୁ ବୈତରଣୀ ନଦୀରେ ଛୋଟଧରଣର ବନ୍ୟା ଆସି ବ୍ଲକର ଚାରିଗୋଟି ପଞ୍ଚାୟତର କୃଷି କ୍ଷେତକୁ ପ୍ରଭାବିତ କରିଛି । କଣ୍ଟିଘାଇ ଦ୍ୱାରା ନିଷ୍କାସିତ ହୋଇଥିବା ବନ୍ୟା ଜଳ ଯୋଗୁ ଷୋଳମପୁର, ମାଳଦା, ରହଣିଆ, କୁରିଗାଁ ପଞ୍ଚାୟତର ସଦ୍ୟ ବେହୁଷଣ ହୋଇଥିବା ଧାନ ଗଛ ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଲଗାଣ ବର୍ଷା ସହିତ ବନ୍ୟା ପାଣି ଦ୍ୱାରା ଦୀର୍ଘ ୮ଦିନ ହେବ ଶସ୍ୟ କ୍ଷେତ ବୁଡିରହିଥିବାବେଳେ ପୁଣି ଆଉ ଏକ ଲଘୁଚାପ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି । ବିଶେଷକରି ମାଳଦା, ଚତୁର୍ଭୁଜପୁର, ରହଣିଆ, ନୌରଙ୍ଗପୁର, ବିରୋଳି ତିଖିଲିଆ, ରାଢୋ, ଜଳହରି ପ୍ରମୁଖ ଗାଁର ଚାଷୀମାନେ ଅନେକ କ୍ଷତିରେ ପଡିଛନ୍ତି । ବନ୍ୟାକୁ ଛାଡିଦେଲେ ବର୍ଷା କାରଣରୁ ରଣଜିତ, ବୟାବନାପୁର, ବାଲିପୋଖରୀ ପ୍ରମୁଖ ପଞ୍ଚାୟତର ଖାଲୁଆ ଅଞ୍ଚଳ ଚାଷଜମି ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଛି । ଏହାଛଡା ବାରିକପୁର ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା କାରଣରୁ କୃଷି କ୍ଷେତ ଗୁଡିକ ପ୍ରଭାବିତ ହୋଇଥିବା ଜଣାପଡିଛି । ଏସବୁ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ପରିଦର୍ଶନ କରାଯାଇ କ୍ଷୟକ୍ଷତି ଆକଳନ କରି ଅନୁକମ୍ଫାମୂଳକ ରାଶି ଯୋଗାଇବାକୁ ସଂପୃକ୍ତ ଚାଷୀମାନେ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ