ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଧାମନଗର(ଓ୍ବାଇଏନଏସ):  ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତ ଅଧିନ ସୋରିଷଡିହ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି (ଏସ ଏମ ସି) କମିଟି ଗଠନ କରାଯାଇଛି। ଏହି କମିଟି ଗଠନ ନିମନ୍ତେ ଗତ ବୁଧବାର ଦିନ ପିତା-ମାତା ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପିତା ମାତାଙ୍କ ମଧ୍ୟରୁ ୧୧ ଜଣ ସଦସ୍ୟ/ସଦସ୍ୟା ମନୋନୀତ ହୋଇଥିଲେ। ଏହି ୧୧ ଜଣଙ୍କୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଯେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଚୁଡ଼ାକୁଟି ପଞ୍ଚାୟତର ଯୁବ ସମାଜସେବୀ ଜୟନ୍ତ କୁମାର ସାହୁଙ୍କୁ ସର୍ବସମ୍ମତିକ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ରାଜଶ୍ରୀ ନନ୍ଦି ମନୋନୀତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବିଦ୍ୟାଳୟର ଶିକ୍ଷାର ମାନୋନ୍ନତି,ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ, ଭିତ୍ତିଭୂମିର ଉନ୍ନତି ଏବଂ ବିଦ୍ୟାଳୟର ସାମଗ୍ରିକ ପ୍ରଗତି ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ,କମିଟିର ସଦସ୍ୟ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ନବନିର୍ବାଚିତ ସଭାପତି ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ