ରାଜ୍ୟରେ କମୁଛି ସଂକ୍ରମଣ: ଦିନକରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ ଦିନକରେ ଆଉ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୮୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଓ ୨୯୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ଜଣକୁ ବୃଦ୍ଧି ପାଇଛି ।ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ, ଯାଜପୁରରୁ ୩୯ ଜଣ, ବାଲେଶ୍ୱରରୁ ୩୦ ଜଣ, ଜଗତସିଂହପୁରରୁ ୨୫ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮ ଜଣ ଲେଖାଏଁ, ରାୟଗଡ଼ରୁ ୭ ଜଣ, ଅନୁଗୁଳ ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ, ନୟାଗଡ଼ରୁ ୩ ଜଣ, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ,କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


