ବେଲଗୁଣ୍ଠାରେ ପାନୀୟ ଜଳ ଯନ୍ତ୍ରଣା ; ନଳରେ ଆସୁଛି ଗୋଳିଆ ଜଳ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ): ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ପିଇବା ପାଣି ଟୋପେ ପାଇଁ ମାଇଲ ମାଇଲ ରାସ୍ତା ଯାଉଥିବା ବେଳେ ସହରାଞ୍ଚଳ ଗୁଡିକରେ ମଧ୍ୟ ପାନୀୟ ଜଳ ସଙ୍କଟ ଦେଖାଦେଉଛି I ସହରାଞ୍ଚଳ ଗୁଡ଼ିକରେ ସରକାର ନଳ ଯୋଗେ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯାଉଛି ବୋଲି ଦାବୀ କରୂଥିଲେ ମଧ୍ୟ ଏହି ଜଳ ପିଇବା ପାଇଁ କେତେ ଉପଯୋଗୀ ତାହା ଦେଖିବାକୁ କେହି ନାହିଁଁ I ଏହିଭଳି ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସହରରେ I ଏଠାରେ ଗତ କିଛିଦିନ ହେବ ନଳରେ ଗୋଳିଆ ପାଣି ଆସୁଥିବାରୁ ତାହା ଲୋକଙ୍କ ପିଇବା ଉପଯୋଗୀ ହୋଇପାରୁନି I ସହରର ଧନୀକ ଶ୍ରେଣୀର ଲୋକେ ଆକ୍ୱାଗାର୍ଡ, ଫିଲ୍ଟର୍ ଯୋଗେ ପାଣିକୁ ଛାଣି ପିଉଥିବାରୁ ପାଣି ଗୋଳିଆ ଆସିବା ନେଇ ସେମାନେ ଚୁପ୍ ରହୁଥିବା ବେଳେ ଗୋଳିଆ ପାଣିକୁ ପିଇ ସହରର ସାଧାରଣ ଜନତା ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ତେଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ