ନର୍ସିଂ ସେବା ସଂଘର ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି  

ଭୁବନେଶ୍ୱର , (ୱାଇଏନ୍‍ଏସ୍‍ ): ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସିଂ ଅଫିସର ମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୮୧ ମସିହା ଠାରୁ ଓଡିଶା ନର୍ସିଂ ଏମ୍ପେ୍ଳାଇଜ୍ ଏସୋସିଏସନ୍ ନାମରେ ଏହି ସଂଘ ରାଜ୍ୟରେ କାର୍ଯ୍ୟକରି ଆସୁଅଛି । ୧୫ ହଜାରରୁ ଉର୍ଦ୍ଧ୍ୱ ନର୍ସିଂ ଅଫିସର୍ ନିରବଛିନ୍ନ ଭାବରେ ବିଭିନ୍ନ ପାକୃତିକ ବିପର୍ଯ୍ୟୟ ଓ ଗତ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି କରୋନା ମହାମରୀ ରେ ନିଜ ଜୀବନକୁ ବାଜି ଲଗାଇ ସେବା କାର୍ଯ୍ୟରେ ନିୁଜକୁ ନିୟୋଜିତ ରଖିଛନ୍ତି ।
ଚଳିତ ବର୍ଷ ଜୁଲାଇ ୧୩ ତାରିଖରେ ସଂଘର ନିର୍ବାଚନ ସମ୍ପର୍କରେ ସଭାପତି ଶ୍ରୀମତୀ ପ୍ରତିମା ସାମନ୍ତରାୟ ଓ ସାଧାରଣ ସମ୍ପାଦିକା ଶ୍ରୀମତି ପ୍ରଭାତି ମହାନ୍ତି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବା ସହିତ ଦିନ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ମାତ୍ର କରୋନା କଟକଣା ଯୋଗୁଁ ନିର୍ବାଚନ ପ୍ରକ୍ରିୟା କୁ ସ୍ଥଗିତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ (ଚିଠି ନଂ- ୨୧୪୯୨/ ୦୨.୦୮.୨୦୨୧) ନିର୍ଦ୍ଧେଶନାମା ଜାରି କରିଥିଲେ । ଏଭଳି ଏକ ସୃଙ୍ଖଳିତ ସଂଘରେ ବିଭ୍ରାନ୍ତ ସୃଷ୍ଟିକରିବା ସହିତ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ଅଶ୍ୱିନୀ କୁମାର ଦାସ, ସୁଚିସ୍ମିତା ଦାସ, ବାସନ୍ତୀ ନାୟକ, କନକଲତା ଦାସ ଓ ରଶ୍ମିରନ ସେନାପତି ମସୁଧା କରି ବିଭିନ୍ନ ହସ୍ପିଟାଲ୍ ଓ ମେଡିକାଲ୍ କଲେଜ୍ ର ନର୍ସିଂ ଅଫିସର ମାନଙ୍କ ଠାରୁ ବେଆଇନ୍ ଭାବରେ ଲକ୍ଷଲକ୍ଷ ଟଙ୍କା ଆଦାୟକରି ସରକାରଙ୍କ ନିର୍ବାଚନ ସ୍ଥଗିତ ସମ୍ପର୍କିତ ପୁନଃ ନିର୍ଦ୍ଧେଶନାମ (ଚିଠି ନଂ-୨୫୮୬୬/୧୫.୦୯.୨୦୨୧) କୁ ଭୃକ୍ଷେପ ନକରି ସ୍ୱୃତଃଭାବରେ ନିର୍ବାଚନ କରି ନିଜକୁ ସଂଘର ପ୍ରତିଷ୍ଠିତ ସଭ୍ୟ ଭାବରେ ଘୋଷଣା କରିଛ\”ି । ଯାହାଫଳରେ ନର୍ସିଂ ଅଫିସର ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ଏପରିକି ଏହାର ପ୍ରଭାବରେ ଗକଉଏ, ଈରକ୍ସଷବଜ୍ଞକ୍ଟ୍ରଙ୍କକ୍ସ ଓ ଠଓଗଝଇଜ, ଈଙ୍କକ୍ସକ୍ଷବ ଭଳି ମାନ୍ୟତା ପ୍ରାପ୍ତ ମେଡିକାଲ୍ କଲେଜ୍ ରେ ରୋଗିସେବା ରେ ବ୍ୟାଘାତ ସୃଷ୍ଟି ହେଉଛି । ନର୍ସିଂ ଅଫିସର ଅଶ୍ୱୀନି କୁମାର ଦାସ ଷ୍ଟଡି ଲିଭ୍ ର ଦୁରୁପୋଯୋଗ କରଛନ୍ତି । ତାଙ୍କର ଏଭଳି ବିଶୃଙ୍ଖଳିତ ଆଚରଣକୁ ନର୍ସିଂ ର ବରିଷ୍ଠ ଅଧିକାରୀ ଓ ସଦସ୍ୟ ମାନେ ଦୃଢନିନ୍ଦା କରିଛନ୍ତି । ଏ ସଂକ୍ରାନ୍ତରେ ଉଚ୍ଚସ୍ତରିୟ ତଦନ୍ତକରି ବିଶୃଙ୍ଖଳା କାରିଙ୍କୁ ଚାକିରିରୁ ବହିସ୍କୃତ କରିବା ସହିତ ହୋଇଥିବା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଓଡିଶା ନର୍ସିଂ ଏମ୍ପୋଇଜ୍ ଆସୋସିଏସନ୍ ର ସଭାପତି ଶ୍ରୀମତୀ ପ୍ରତିମା ସାମନ୍ତରାୟ ଓ ସାଧାରଣ ସମ୍ପାଦୀକା ଶ୍ରୀମତୀ ପ୍ରଭାତି ମହାନ୍ତି ସରକାର ଓ ବିଭାଗିୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ