ସହକାରୀ ଯନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ କଂଗ୍ରେସର ଖବରଦାତା ସମ୍ବିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଦାରିଙ୍ଗବାଡ଼ି ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ଗତ ୧୬ତାରିଖ ଦିନ ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଓ କିଛି ନିର୍ବାଚିତ ପ୍ରତିନିଧି ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣ ଦେଇଥିଲେ । ପ୍ରଶାସନଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହାର କରିଥିଲେ । ଏହାର ତିନିଦିନ ପରେ ଅର୍ଥାତ ସୋମବାର ଦିନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦୁର୍ନୀତି ବିରୋଧରେ ପାଲଟା ଅଭିଯୋଗ କରି ବ୍ଳକ୍ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟକୁ ବିଡିଓଙ୍କ ଜରିଆରେ ଦଶ ଦଫା ସ୍ମାରକପତ୍ର ପ୍ରଦାନ କରି ଥିଲା ବେଳେ ମଙ୍ଗଳବାର ପୁଣି ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ବିଧାୟକ ଓ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ମନମୁଖୀ ଶାସନ ଓ ବେଆଇନ ଭାବେ ସରକାରୀ ଜମିରେ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜପାଇଁ କୋଠା ନିର୍ମାଣ କରାଯାଉଛି । ହେଲେ ଚୋର ମୁହଁ ଟାଣ ଭଳି ଅଭିଯୋଗକୁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରୟାସ କରୁଥିବା କହି ଏହାର ପ୍ରତିବାଦରେ କଂଗ୍ରେସ ସାମ୍ବାଦିକ ସମ୍ବିଳନୀ କରି ଦୃଡ଼ ନିନ୍ଦା କରିଛି । ପୂର୍ବତନ ବ୍ଳକ କଂଗ୍ରେସ ସଭାପତି କାଳିପ୍ରସାଦ ମଲିକ କଡ଼ା ଭାବେ ଜବାବ ରଖି କହିଛନ୍ତି ଯେ ଚାରି ଯୋଜନାରେ ବିଜେଡି ଦଳର ନିଜେ ବିଧାୟକ ସମିତି ଅଧ୍ୟକ୍ଷ ଭାବେ ଥିଲେ । ଏହାପରେ ନିଜର ଝିଆରୀ ରଞ୍ଜିତା ପ୍ରଧାନ, ପରବର୍ତ୍ତୀ ଜୋଜନାରେ ନିଜ ସାନ ଭାଇ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷ ଥିଲେ । ଏହାପରେ ଏହି ଯୋଜନାରେ ବିଧାୟକଙ୍କ ନିଜ ସ୍ତ୍ରୀ ସୁବେନ୍ତି ପ୍ରଧାନ ଅଧ୍ୟକ୍ଷା ଥିଲେ । ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କୋର୍ଟଙ୍କ ରାୟରେ ପଦବୀ ହରାଇ ଥିଲେ । ବର୍ତ୍ତମାନ କଂଗ୍ରେସ ସମର୍ଥିତ ରୁଦାମଳିକ ଅଧ୍ୟକ୍ଷ ଅଛନ୍ତି । କୋଡ଼ିଏ ବର୍ଷ ଧରି ବ୍ଲକରେ ଦୁର୍ନୀତି କରିବା ଓ ମନମୁଖୀ ଶାସନ କରି ପିସି ନେଇଥିବା ବ୍ୟକ୍ତି ଏବେ ଘଣ୍ଟ ଘୋଡାଉଥିବା ନେଇ ଦୃଡ଼ ନିନ୍ଦା କରିଛନ୍ତି । ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କଂଗ୍ରେସର ପକ୍ଷରୁ କୋଠା କୁ ନଷ୍ଟ କରି ସରକାରଙ୍କୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଜମି ହସ୍ତାନ୍ତର କରାଯିବା ସହିତ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବ୍ଲକ୍ ଅଧ୍ୟକ୍ଷା ରୁଦା ମଳିକ , ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, କରମସିଂ ନାୟକ, ପ୍ରଭଞ୍ଜନ ନାୟକ, ବିଦ୍ୟାଧର ମଳିକ, ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ