ଚାକିରୀ ଛାଡିଦେବି କିନ୍ତୁ ଯୁବକସଙ୍ଘର ସମ୍ପାଦକ ରହିବି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ସରକାରୀ ଚାକିରୀ ତଥା ସର୍ତ୍ତାବଳୀ ଉଲ୍ଲଙ୍ଘନକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଇନ ଅନୁମୋଦିତ ପଦକ୍ଷେପକୁ ନେଇ ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ଜଣେ ସରକାରୀ ଚାକିରୀଆର ସରକାରଙ୍କ ପ୍ରତି ପ୍ରତିବଦ୍ଧତା ଓ ଅଙ୍ଗୀକାରବଦ୍ଧତାର ମୂଲ୍ୟ ଘରୋଇ ସଂସ୍ଥାର ପଦ ପଦବୀ ଠାରୁ ତୁଛ ଓ ବେନିୟମ । ମାତ୍ର ଏହି ମର୍ମରେ ଓଳାଭର ନୋଡାଲ ହାଇସ୍କୁଲର ପିଅନ ଶ୍ରୀନିବାସ ଓଝାଙ୍କୁ ଯୁବକ ସଙ୍ଘ ସମ୍ପାଦକ ପଦବିରୁ ତୁରନ୍ତ ଇସ୍ତଫା ଦେବାର ନିର୍ଦେଶ ଥିବା ବେଳେ ପ୍ରଧାନ ଶିକ୍ଷକ ତୁରନ୍ତ ତାହା କାର୍ଯ୍ୟକାରୀ କରାଇ ସଂପୃକ୍ତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅବଗତ ପରେ ମଧ୍ୟ ସେ ଇସ୍ତଫା ଦେଇନଥିବା ଆଶ୍ଚର୍ଯ୍ୟ ଚକିତ କରିଛି । ଶ୍ରୀ ଓଝା ସାଧାରଣରେ କହି ବୁଲୁଛନ୍ତି ଯେ ମୁଁ ଚାଜିରୀରୁ ଇସ୍ତଫା ଦେଇ ପଞ୍ଚାୟତର ସରପଞ୍ଚ ହେବି । କିନ୍ତୁ ଯୁବକ ସଙ୍ଘ ସମ୍ପାଦକ ପଦରୁ ଇସ୍ତଫା ଦେବିନାହିଁ । ଶ୍ରୀ ଓଝାଙ୍କ ଏପରି ମନ୍ତବ୍ୟକୁ ନେଇ ସାଧାରଣରେ ଉଛୁକତା ପ୍ରକାଶ ପାଇଛି । ତାଙ୍କର ପରବର୍ତ୍ତି ପଦକ୍ଷେପକୁ ବହୁ ପୁରାତନ ଛାତ୍ର, ବୁଦ୍ଧିଜିବିମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ