ଅଙ୍ଗନବାଡି କେନ୍ଦ୍ରରେ ପୋଚକା ଅଣ୍ଡା ବଣ୍ଟନ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ ସ୍ଥିତ ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋଚକା ଅଣ୍ଡା ଦିଆଯାଉଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ପ୍ରକାରେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ମାନସ ରଞ୍ଜନ ବଡମୁଣ୍ଡିଙ୍କ ପୁଅ ଗୁପ୍ତେଶ୍ୱରର ବଡମୁଣ୍ଡି (୫ବର୍ଷ)ଙ୍କୁ ଅଙ୍ଗନବାଡି କର୍ମୀ ସିତା କିଙ୍ଗଲ କେନ୍ଦ୍ର ବାହାରେ ରୋଷେୟାଙ୍କ ଘରେ ମାସିକ ୫ଗୋଟି ହିସାବରେ ୫ଟି ଅଣ୍ଡା ଦେଇଥିଲେ ଘରକୁ ନେବା ପରେ ସେଥିରୁ ୩ଟି ପୁରା ପୋଚକା ଅଣ୍ଡା ଥିବା ଗୁପ୍ତେଶ୍ୱରଙ୍କ ବାପା ଦେଖିଥିଲେ । ଏବାବଦରେ ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ଆମେ କଣ କରିବୁ ବାହାର ଦୋକାନୀ ଯାହା ଦେଲେ ତାହା ଆମେ ପିଲାମାନଙ୍କୁ ବାଣ୍ଟିଲୁ ବୋଲି କହିଛନ୍ତି । ଏହାକୁ ନେଇ ଗୁପ୍ତେଶ୍ୱରଙ୍କ ବାପା ମାନସରଞ୍ଜନ ବଡମୁଣ୍ଡି ଏହାର ଅଭିଯୋଗ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।


