ଗଜପତିରେ ଆତ୍ମନିଯୁକ୍ତି ପାଇଁ ଛତୁ ଚାଷ ତାଲିମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ଠାରେ ଥିବା ୟୁନିଅନ ଗ୍ରାମ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଗୁମ୍ମା ବ୍ଲକ ରାଗିଡ ଗ୍ରାମ ପଞ୍ଚାୟତର ରାଗିଡି ଗ୍ରାମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଛତୁ ଚାଷ ତାଲିମ ନିମନ୍ତେ ରାଗିଡି ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏବଂ ବେକାର ଯୁବକମାନେ ମୋଟ ୩୫ଜଣ ଛତୁ ଚାଷ ତାଲିମ ନିମନ୍ତେ ଭାଗ ନେଇଛନ୍ତି । ଏହି ଛତୁ ଚାଷ ତାଲିମ ୧୦ ଦିନ ଧରି ଚାଲୁ ରହିବ । ଏହି ଉଦ୍ଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶ ଅଚ୍ୟୁତାନ୍ଦ ବ୍ରହ୍ମା ସଭାପତିତ୍ୱରେ ଉଦ୍ଘାଟିତ ହୋଇଥିଲା । ଏଥିରେ ଗୁମ୍ମା ବ୍ଲକର ଲାଇବଲିହୁଡ୍ କୋଅର୍ଡିନେଟର ସୁରେଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


