ଫିଲ୍ମ ମେକର ଆନୁକୁଲ୍ୟରେ ୱେବ ସିରିଜର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡିର ଗ୍ରାମଦେବୀ ନୀଳାମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଗଜପତି ଫିଲ୍ମମ ମେକର ପକ୍ଷରୁ ୱେବ ସିରିଜ ସୁଟିଂର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଗଜପତି ଫିଲ୍ମମ ମେକରର ନିର୍ଦ୍ଦେଶକ କେ.କେ. ସୁମନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, କାଶୀନଗର ଚେୟାରମ୍ୟାନ ସିଏଚ୍ ସୀମାଦ୍ରୀ, ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର, କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ମନୋଜ କୁମାର ପାଢୀ (ମୁନ୍ନା) ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନ ବିଷୟରେ ନିଜର ଅଭିଭାଷଣ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉକ୍ତ ଗଜପତି ଫିଲ୍ମ ମେକର ପକ୍ଷରୁ ଏକ ଦ୍ୱିଭାଷୀ ହିନ୍ଦୀ ଏବଂ ତେଲୁଗୁ ଭାଷା ଭିତ୍ତିକ ୱେବ ସିରିଜ କରି ଓଟିଟି ପ୍ଲାଟଫାର୍ମରେ ପ୍ରସାରଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏଥିସହ “ୟାଚକ” ନାମକ ହିନ୍ଦୀ ଟାଇଟଲ ତଥା ତେଲୁଗୁରେ “ୟାଚୁକୁଡୁ” ନାମରେ ଏକ ୱେବ ସିରିଜର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ଗଜପତି ଫିଲ୍ମ ମେକର ସ୍ଥାନୀୟ କଳାକାରମାନଙ୍କୁ ନେଇ ଏହି ପରି ଏକ ମହତ ଉଦ୍ଦେଶ୍ୟ ରଖି ମନରଂଜନ କାର୍ଯ୍ୟମାନ କରିବା ଯୋଜନା ରଖିଥିବା ବେଳେ ଗଜପତି ଫିଲ୍ମ ମେକରର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


