ନୁତନ ବିଇଓଙ୍କୁ ସ୍ୱାଗତ କଲେ ଶିକ୍ଷକ ଓ ଅଫିସ କର୍ମଚାରୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଘଟଗାଁ ବିଇଓ କ୍ଷେତ୍ରମୋହନ ହାଁସଦା । ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁଙ୍କ ଅବସର ପରେ ଏହି ପଦବୀଟି ଖାଲି ପଡିଛି । ରାଜ୍ୟ ଗଣଶିକ୍ଷା ବିଭାଗର ଅର୍ଡରନଂ ୧୫୨୯୨ତା ୧୭/୯/୨୦୨୧ରେ ଘଟଗାଁ ବ୍ଲକର ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ନିର୍ଦ୍ଦେଶ ମିଳିବାପରେ ଶ୍ରୀଯୁକ୍ତ ହାଁସଦା ଆଜି ମଧ୍ୟାହ୍ନରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବାପରେ ଏବିଇଓ ଧନେଶ୍ୱର ଖଣ୍ଡେଇ, ବିଆରସିସି ସୁରେଶ କୁମାର ଜେନା, ଅଫିସର ମୁଖ୍ୟ କିରାଣୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ମିଳିତ ଶିକ୍ଷକ ମଞ୍ଚର ଭଗବାନ ନାୟକ, ସୁରେନ୍ଦ୍ର ସା, ମିହିର କୁମାର ପଣ୍ଡା, ହରମୋହନ ପଣ୍ଡା, ହରିହର ସାମଲ, କ୍ଷେତ୍ରବାସୀ ମିଶ୍ର, ଦେବାଶିସ ବାରିକ, ପ୍ରଫୁଲ କୁମାର ସାହୁ, ମହେନ୍ଦ୍ର ଶାସିନି, ଶ୍ରୀକାନ୍ତ ପଟ୍ଟନାୟକ, ଜଚିନ୍ଦ୍ର ମଲ୍ଲିକ, ମୃତ୍ୟୁଞ୍ଜୟ ନନ୍ଦ, ଅକ୍ଷୟ ନନ୍ଦ, ଜ୍ଞାନରଞ୍ଜନ ନନ୍ଦ, ସୁଶାନ୍ତ କୁମାର ଜେନା, ବିବେକାନନ୍ଦ ବେହେରା, କେଶବ ପାତ୍ର, ରବିନ୍ଦ୍ର ରାଉତ, ରାମଚନ୍ଦ୍ର ସାହୁ, ପ୍ରଭାକର ବେହେରା, ଶ୍ରୀକାନ୍ତ ସେଠୀ, ଅକ୍ଷୟ କଟୁଆ, ଅଜୟ ଜେନା, ରାଜକିଶୋର ସ୍ୱାଇଁ, ନିତ୍ୟାନନ୍ଦ ଘଡେଇ, ଭକ୍ତଶେଖର ଜେନା, ପୁର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ କର୍ମକତ୍ତାମାନେ ପହଞ୍ଚି ନୁତନ ବିଇଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାସହ ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି । ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ବିଳମ୍ବ ହେବାରୁ ସେ ଅସନ୍ତୋଷ ପ୍ରକାଶ କରି ଆଜି କାର୍ଯ୍ୟଭାର ଗ୍ରହଣ କରିନପାରି କିଛି ସ୍କୁଲର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇ ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ