ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଦାୟିତ୍ୱ ଗ୍ରହଣ କରିଛନ୍ତି ଘସିପୁରା ବିଇଓ ସଦ୍ୟସ୍ମାନ ପଣ୍ଡା। ଆଜି ସକାଳ ୧୦ଟା ବେଳେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟର ଏବିଇଓ ପ୍ରମୋଦ କୁମାର ନାୟକ, ଭାରପ୍ରାପ୍ତ ଏବିଇଓ ପୂର୍ଣଚନ୍ଦ୍ର ଜେନା, ମୁଖ୍ୟ କିରାଣୀ ଶିଶିର କୁମାର ଜେନା, ପ୍ରସନ୍ନ କୁମାର ବେହେରା ଓ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ ଓଷ୍ଟା ସଂଘ ପକ୍ଷରୁ ଜିଲ୍ଲା ସମ୍ପାଦକ ରଞ୍ଜନ ଘଡେଇ, ବ୍ଲକ ସଭାପତି ନବଘନ ନାୟକ, ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଅନିରୁଦ୍ଧ ସେଠୀ, ଇଂପିଇସ ସଂଘର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ପ୍ରଦୀପ କୁମାର ସାହୁ କର୍ମକର୍ତ୍ତା ମାନେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ହାଟଡିହି ବ୍ଲକରେ ଶିକ୍ଷା  ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ବିଇଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ