ଆତ୍ମାର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମଦନ ପାଢ଼ୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର (ଆତ୍ମା)ର ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ମଦନ ମୋହନ ପାଢ଼ୀ। ହାଟଡିହି ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରକ୍ରିୟାରେ ମୋଟ ୨୦ ଜଣ ସଦସ୍ୟ ଉପସ୍ଥିତ ରହି ବିନା ପ୍ରତିଦ୍ବନ୍ଦିତରେ ବଞ୍ଚୋ ଗ୍ରାମର ସଫଳ ଚାଷୀ ମଦନ ମୋହନ ପାଢୀଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରିଥିଲେ।  ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟାରେ ବିଡ଼ିଓ  ରଞ୍ଜନ କୁମାର ପରିଡା, ଏଭିଓ ଅସିତ କୁମାର ଶତପଥୀ, ଏ.ଏଫ.ଓ ଶୁଭମ ପ୍ରଧାନ, ଏ.ଏଚ.ଓ ଅଙ୍କିତା ପ୍ରିୟଦର୍ଶନୀ ମିଶ୍ର, ବି.ଟି.ଏମ ଅଶୋକ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ସଦସ୍ୟ ମୁରଲୀଧର ସାହୁ, ତାରିଣୀ ସେନାପତି, ଧନେଶ୍ୱର ଜେନା, ବନମାଳୀ ସାହୁ, ମନସ୍ୱିନୀ ଖଣ୍ଡେଇ, ଖୁଲଣା ମହାନ୍ତ, ମମତା ରାଣୀ ଜେନା, ବିଜୟ ସାହୁ, ନିରାକାର ଜେନା, ନନ୍ଦିନୀ ସୟ, ବିଦୁଲତା ଜେନା, ସସ୍ମିତା ସାହୁ, ଅଭିନ୍ନ ଚନ୍ଦ୍ର ଦାସ, ସସ୍ମିତା ସ୍ୱାଇଁ, କଳ୍ପନା ମୟୀ ରାଉତ, ଦେବକି ଧଳ, ରାଜେଶ କୁମାର ଜେନା, ସଞ୍ଜୟ କୁମାର ମହାପାତ୍ର, ଦିଲ୍ଲୀପ କୁମାର ନାୟକ, ସୁଜାତା ନାୟକ, କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ‘ଆତ୍ମା ‘ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ମଦନ ମୋହନ ପାଢ଼ୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାପରେ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ବୈଲୋଚନ ନାୟକ ପ୍ରମୁଖ ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ