ବାତ୍ୟାକୁ ଲକ୍ଷ୍ୟରେ ରଖି ହରଭଙ୍ଗୀର ୪ ଗେଟ ଖୋଲାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମ୍ଭାବ୍ୟ ବାତାକୁ ଲକ୍ଷ୍ୟରେ ରଖି ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଠାରେ ଥିବା ଜଳସେଚନ ବିବାଗର ହରଭଙ୍ଗୀ ଡ୍ୟାମର ୪ଗୋଟି ଗେଟକୁ ଖୋଲାଯାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୨ଦିନ ଧରି ପ୍ରବଳ ବାତ୍ୟା ଓ ବର୍ଷାର ଆଗମନ ରହିଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅଞ୍ଚଳର ସୁରକ୍ଷା ପାଇଁ ଅଡବା ଠାରେ ଥିବା ଜଳସେଚନ ବିଭାଗର ହରଭଙ୍ଗୀ ଡ୍ୟାମରେ ରହିଥିବା ୮ଗୋଟି ଗେଟ ମଧ୍ୟରୁ ୪ ଗୋଟି ଗେଟକୁ ଖୋଲାଯାଇ ଜଳ ନିଷ୍କାସିତ କରାଯାଇଥିବାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


