ଗଜପତି ଅଟୋ ରିକ୍ସାକୁ ବଞ୍ଚାଇବାକୁ ଯାଇ ଜମିକୁ ଖସିଲା ବସ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଗୋଟିଏ ମାଲ ବଝୋଇ ଅଟୋକୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ଚାଷ ଜମିକୁ ଖସିପଡିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଶିବକୁମାର ନାମକ ଘରୋଇ ବସ ଗାରବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଏକ ମାଲ ବଝୋଇ ଅଟୋରିକ୍ସା ହଠାତ୍ ସାମନାକୁ ଆସିଯାଇଥିଲା । ଏହାକୁ ବଞ୍ଚାଇବାକୁ ଯାଇ ବସ୍ ଚାଳକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତାକଡକୁ ବସ୍‌ଟିକୁ ନେଇ ଯାଇଥିଲେ । ଫଳରେ ବସ୍‌ର ସମ୍ମୁଖ ଭାଗଚାଷଜମି ମଧ୍ୟକୁ ଖସି ଯାଇଥିଲା । ବସ୍‌ରେ ୪୦ରୁ ଉର୍ଦ୍ଧ ଯାତ୍ରୀ ଥିଲେ । ହେଲେ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ