ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନମ୍ବିରା ଗ୍ରାମ ନିକଟସ୍ଥ ଓଭର ବ୍ରିଜ ତଳେ ସୋମବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ, ମୃତ ବୃଦ୍ଧ ଜଣକ ଜରୋଳି ଗ୍ରାମର କୁଶ ପେଣ୍ଠେଇ (୬୫) । ଉକ୍ତ ବୃଦ୍ଧ ଜଣଙ୍କ ଜରୋଳି ତଥା ଆଖପାଖ ଅଂଚଳରେ ବୁଲି ଭିକ ମାଗି ପେଟ ପୋଷୁଥିଲେ । ସେ ଜରୋଳି ପେଣ୍ଠେଇ ବସ୍ତିରେ ଏକୁଟିଆ ରହୁଥିବା ବେଳେ ତାଙ୍କର ମସ୍ତିସ୍କ ବିକୃତି ଥିବା ସ୍ଥାନୀୟ ଅଂଚଳବାସୀ ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ଉକ୍ତ ପୋଲ ତଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେବା ସହ ମୁଣ୍ଡ ଉପରେ ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ମଙ୍ଗଳବାର ସକାଳ ସମୟରେ ଜଣାପଡିଥିଲା । ପୋଲିସ ସୂଚନା ପାଇ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି ।